ପାକିସ୍ତାନକୁ ଦରକାର ଫାଇନାଲ ସର୍ଜରୀ ! କାଶ୍ମୀର ସୀମାରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ, ବିଏସଏଫର ୩୫ ପୋଷ୍ଟକୁ ଟର୍ଗେଟ

30

କନକ ବ୍ୟୁରୋ : ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଗୁଳିବିନିମୟ ଜାରି ରହିଛି । ଆଉ ଏହାର କଡା ଜବାବ ଦେଉଛି ଭାରତ । ପାକିସ୍ତାନକୁ ସୀମାରେ ଅସ୍ତ୍ରବିରତି ଉଲଘଂନର କଡା ଜବାବ ଦେଲା ବିଏସଏଫ୍ । ସୀମାରେ ବିଏସଫର ୩୫ ପୋଷ୍ଟକୁ ଟର୍ଗେଟ କରିଛି ପାକିସ୍ତାନ । ପାକିସ୍ତାନୀ ରେଞ୍ଜର୍ସ ଭାରତୀୟ ଯବାନ ଓ ନାଗରିକଙ୍କ ଉପରେ ଲଗାତାର ମୋର୍ଟାର ମାଡ କରୁଛନ୍ତି । ଗତ ରାତିରେ ପାକିସ୍ତାନ ଜମ୍ମୁକଶ୍ମୀରର ଆରଏସପୁରା, ଅରଣ୍ୟା, ଅଖନୁର, ସୁଚେତଗଡ ଭଳି ସୀମାନ୍ତ ଅଂଚଳରେ ଲଗାତାର ଅସ୍ତ୍ରବିରତି ଉଲଘଂନ କରି ଗୁଳି ଓ ମୋର୍ଟାର ମାଡ ଜାରି ରଖିଛି ।

ସୀମାବର୍ତି ଗାଁରେ ଜନବସତିକୁ ଟାର୍ଗେଟ କରି ମୋର୍ଟାର ମାଡ କରୁଛି ପାକ୍ ସେନା । ଯାହାର ମୁହଁତୋଡ ଜବାବ ଦେଇଛି ଭାରତୀୟ ସୀମା ସୁରକ୍ଷା ବଳ । ବିଏସଏଫର ପାଲଟା ଗୁଳି ମାଡରେ ୮ପାକିସ୍ତାନ ରେଞ୍ଜର୍ସ ନିହତ ହୋଇଛନ୍ତି । ପାକିସ୍ତାନର ସକରଗଡ ଓ ସିଆଲକୋଟ ସ୍ଥିତ ସେନା ଶିବିରକୁ ଭାତରତୀୟ ଯବାନଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି ।