ବରଫ ଚାଦରରେ ଢାଙ୍କି ହୋଇଛି ଶ୍ରୀନଗର : ସ୍ଥାନୀୟ ଲୋକଙ୍କ ଜୀବନ ଯାତ୍ରା ଠପ୍

26

କନକ ବ୍ୟୁରୋ : ଶ୍ରୀନଗରରେ ବରଫର ଚାଦର । ଗତ ୧୦ଦିନ ହେଲା ଜମ୍ମୁ କଶ୍ମୀରରେ ବରଫପାତ ଜାରି ରହିଛି । ଶ୍ରୀନଗରର ଯେଉଁଆଡେ ଆଖି ବୁଲାଇ ଦେଖିଲେ କେବଳ ବରଫ ହିଁ ନଜର ଆସୁଛି । କୋଠାଘର ଉପରେ ବରଫର ମୋଟା ଆସ୍ତରଣ ଦେଖିବାକୁ ମିଳିଛି ।

ଗଛ ଗୁଡିକର ଡାଳପତ୍ର ବରଫରେ ଲୁଚି ଯାଇଥିବାବେଳେ ସବୁଜ ପତ୍ର ବଦଳରେ ସବୁଆଡେ ଧଳା ଦେଖାଯାଉଛି । ଏପରିକି ବିଦ୍ୟୁତ ଖୁଂଟରେ ବରଫ ଜମି ରହିଛି । ଫଳରେ ବିଦ୍ୟୁତ ସରାବହରାହ ବନ୍ଦ ରହିଛି ।

ଲଗାତାର ଭାବେ ସବୁଦିନ ବରଫାପତ ଯୋଗୁଁ ତାପାମାତ୍ରା କମିବାରେ ଲାଗିଛି । ଶ୍ରୀନଗର-ଜମ୍ମୁ ଜତୀୟ ରାଜପଥ ୩ଦିନ ହେଲା ବନ୍ଦ ରହିଛି । ଜମ୍ମୁ ଓ କଶ୍ମୀରର ଅନେକ ସ୍ଥାନରେ ତାପାମାତ୍ରା ମାଇନସ୍ ୭ରୁ ୮ଡିଗ୍ରୀ ତଳକୁ ଖସିଯାଇଛି ।

ବରଫପାତ ଦେଖିବା ପାଇଁ ଜମ୍ମୁ ଓ କଶ୍ମୀରରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାବେଳେ ସାଧାରଣ ଲୋକଙ୍କ ଜୀବନଯାତ୍ରା ବ୍ୟାହତ ହୋଇଛି । ବିଜୁଳି ଓ ପାଣି ଯୋଗାଣକୁ ନେଇ ସ୍ଥାନୀୟ ଲୋକେ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ରାସ୍ତାରେ ବରଫ ପଡିରହିଥିବା ଯୋଗୁଁ ଯାତାୟତ ମଧ୍ୟ ଠପ୍ ହୋଇଯାଇଛି ।