ଝାରସୁଗୁଡା ଜିଲ୍ଲା କିର୍ମ୍ମିରାରେ କାଳବୈଶାଖୀର ପ୍ରଭାବ

25

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା କିର୍ମ୍ମିରାରେ କାଳବୈଶାଖୀର ପ୍ରଭାବ । ଜିଲ୍ଲାର ଝାରମୁଣ୍ଡା, ବାଗଡିହି, ତେଲିଡିହି, ମାଲିବେଉଁରାରେ କାଳବୈଶାଖୀ ବର୍ଷାରେ ଘରଦ୍ୱାର ଭାଙ୍ଗିବା ସହ ବଡବଡ ଗଛ ଉପୁଡି ପଡିଛି । ହଠାତ୍ ଝଡ ପବନ ଯୋଗୁଁ ଚାଳଘରର ଛପର ଉଡିଯାଇଛି, ଟାଇଲ ଉଡିଯାଇଛି, ଆଜବେଷ୍ଟସ୍ ଉଡି ଅନ୍ୟ ସ୍ଥାନରେ ପଡିଛି । କାଳବୈଶାଖୀ ତାଣ୍ଡବ କରି ଯିବା ପରେ ଭଙ୍ଗାଘରକୁ ସଜାଡୁଛନ୍ତି ଲୋକେ । କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବା ଲାଗି ଦାବି ହୋଇଛି । ସେପଟେ ରାଜସ୍ୱ ଅଧିକାରୀ ଓ କିର୍ମ୍ମିରା ତହସିଲଦାର ଘଟଣାସ୍ଥଳ ବୁଲି ଦେଖିଛନ୍ତି । କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ ।