ଝଡ଼ ପରେ ତାତିର ମାଡ଼: ଆଗାମୀ ୪ ଦିନ ପାଇଁ ୧୦ ଜିଲ୍ଳାରେ ଗ୍ରୀଷ୍ମପ୍ରବାହ ନେଇ ସତର୍କତା ଜାରି; ଅସୁସ୍ଥ , ଛୋଟ ପିଲା, ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ

344

କନକ ବ୍ୟୁରୋ: ତାତିରେ ସିଝୁଛି ଟିଟିଲାଗଡ଼ । କ୍ରମାଗତ ଦୁଇ ଦିନ ହେଲା ୪୫ ଡିଗ୍ରୀ ଉପରେ ତାପମାତ୍ରା ରହିବା ପରେ ଗତକାଲି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୫ ଦଶମିକ ୮ ଡିଗ୍ରୀ ସେଂଟିଗ୍ରେଡ୍ ରେକର୍ଡ କରାଯାଇଛି । ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବଢ଼ିବାରେ ଲାଗିଛି । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ୪ ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ପାଣିପାଗ ବିଭାଗ । ୧୦ ଜିଲ୍ଳା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି ହୋଇଛି ।

ଏହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର. କଳାହାଣ୍ଡି, ଅନୁଗୁଳ ,ବୌଦ୍ଧ, ସୋନପୁର,ନୂଆପଡା, ବରଗଡ, ଝାରସୁଗୁଡା, ମାଲକାନଗିରି , ସମ୍ବଲପୁର । ଛୋଟ ପିଲା, ଅସୁସ୍ଥ ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି । କାଲି ରାଜ୍ୟର ୧୪ଟି ସହରରେ ପାରା ୪୦ ଡିଗ୍ରୀ ଉପରେ ରହିଛି । ତାଳଚେରର ତାପମାତ୍ରା ୪୪ ଦଶମିକ ୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀର ଓ ଭବାନୀପାଟଣାର ତାପମାତ୍ରା ୪୪ ଡିଗ୍ରୀ ରହିଛି । ସେହିପରି ୪୩ ଦଶମିକ ୩ ଡିଗ୍ରୀ ରହିଛି ମାଳକାନଗିରି ସହରର ତାପମାତ୍ରା । ସୋନପୁରରେ ୪୩ ଡିଗ୍ରୀ, ସମ୍ବଲପୁର ଓ ପାରଳାଖେମୁଣ୍ଡିର ତାପମାତ୍ରା ୪୨ ଦଶମିକ ୨ ଡିଗ୍ରୀ ସେଂଟିଗ୍ରେଡ୍ ରେକର୍ଡ କରାଯାଇଛି ।