ବଢୁଛି ପାରଦ, ବଢୁଛି ବିପଦ ! ଆଗାମୀ ୪୮ ଘଣ୍ଟା ଯାଏଁ ୯ଟି ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୂତ ହେବା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ହିଟ୍-ୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । 

1,316

କନକ ବ୍ୟୁରୋ: ବଢୁଛି ପାରଦ, ବଢୁଛି ବିପଦ! ତତଲା କଢ଼େଇରେ ଭାଜି ହେଉଛି ପୂରା ଓଡ଼ିଶା । ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟର ୯ ଜିଲ୍ଲାକୁ ହିଟ୍-ୱେଭ୍ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର. କଳାହାଣ୍ଡି, ଅନୁଗୁଳ ,ବୌଦ୍ଧ, ସୋନପୁର,ନୂଆପଡା, ବରଗଡ, ଝାରସୁଗୁଡା, ସମ୍ବଲପୁର ।

ସବୁଠାରୁ ବଡ଼ କଥା ହେଲା କି, ପୂର୍ବରୁ ପାଣିପାଗ ବିଭାଗ ସତର୍କ କରାଇ, ଛୋଟ ପିଲା, ଅସୁସ୍ଥ ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲା । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ସହରରେ ପାରା ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡର ତାପମାତ୍ରା ସର୍ବୋଚ୍ଚ ୪୫.୫ ଡି଼ଗ୍ରୀ ସେଲସିୟସ ରହିଥିବାବେଳେ ସୁନ୍ଦରଗଡ଼ ସର୍ବନିମ୍ନ ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।