ଜଳୁଛି ଓଡିଶା ! ଆଜିବି ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ଗରମ

32

କନକ ବ୍ୟୁରୋ: ଡହଡହ ତାତିରେ ସିଝୁଛି ସାରା ରାଜ୍ୟ । ଆଜି ବି ଉପକୂଳ ଓଡିଶା ସମେତ ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ପଶ୍ଚିମ ଓଡିଶାରେ ଖରା ଅସହ୍ୟ ହୋଇଛି । ରାଜ୍ୟରେ ହିଟୱେଭ ସତର୍କତା ଜାରି କରାଯାଇଛି । ୧୦ଟା ପରେ ଘରୁ ବାହାରିବା ସମ୍ଭବ ହୋଇପାରୁନାହିଁ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ,ଆଗାମୀ ପାଂଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ତେବେ ଉତର ଭାରତରେ ସୃଷ୍ଟି ଘୂର୍ଣ୍ଣିବଳୟ ଟ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ କାଳ ବୈଶାଖୀ ମଧ୍ୟ ଆଭ୍ୟନ୍ତରୀଣ ଓଡିଶାରେ ଆଶ୍ୱସ୍ତି ଆଣିପାରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –