ଉପରମୁହାଁ ପାରଦ : ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା,ଟିଟିଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

29

କନକ ବ୍ୟୁରୋ : ଉପରମୁହାଁ ହୋଇଛି ପାରଦ । ଗତ ଦୁଇ ଦିନ ମଧ୍ୟରେ ତାତି ୪୦ଡିଗ୍ରୀକୁ ଛୁଇଁଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ଟିଟିଲାଗଡ ରାଜ୍ୟର ସବୁଠୁ ତତଲା ସହରରେ ପରିଣତ ହୋଇଛି । ଟିଟିଲାଗଡର ତାପମାତ୍ରା ୪୦ଡିଗ୍ରୀ ଛୁଇଁଛି । ସେହିପରି ତାଳଚେର ୩୯.୬, ଅନୁଗୋଳ ୩୯ଦଶମିକ୍ ୧, ବଲାଙ୍ଗୀର ୩୯ ଡିଗ୍ରୀ ବାରିପଦା, ସୋନପୁର ଭବାନୀପାଟଣାର ତାପମାତ୍ରା ୩୮ ଡିଗ୍ରୀରେ ପହଁଚିଛି । ତେବେ ଆଗାମୀ ଦିନରେ ତାତି ଆହୁରି ବଢ଼ି କଲବଲ କରିବ । ଏପରିକି ମାସ ଶେଷ ଆଡକୁ ପାରଦ ୪୩ଡିଗ୍ରୀ ଟପିଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Heat Wave

ରାଜ୍ୟରେ ବଢୁଛି ତାପମାତ୍ରା । ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ । ଗ୍ରୀଷ୍ମ ଆରମ୍ଭ ହେବା ପୂର୍ବରୁ ଅତ୍ୟଧିକ ତାତି ଯୋଗୁଁ ଦିନ ୧୦ଟା ପରେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏହି ତାତି ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଆଗକୁ ଏହା ଅସହ୍ୟ ହେବା ସମ୍ଭାବନା ରହିଛି । ଆଗକୁ ବି ଆହୁରି ପ୍ରବଳ ଖରା ତାତି ଅନୁଭୂତ ହେବା ପୂର୍ବାନୁମାନ କରାଯାଇଛି । ଦିନକୁ ଦିନ ବଢୁଥିବା ତାତି ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡତାର ଆଭାସ ଦେଉଛି ।