ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ଜନ ଜୀବନ ! ନିଆଳି, କଂଟାପଡ଼ା ଓ ବାଲିପାଟଣା ବେଆଇନ ଇଟା ଭାଟି ଯୋଗୁଁ ଅସହ୍ୟ ଗୁଳୁଗୁଳ

103

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ତାତି । ସ୍ଥିତି ଏଭଳି ହୋଇଛି ଯେ, ଦିନ ୧୧ ପରେ ଘରୁ ବାହାରିବା ସମ୍ଭବ ନୁହେଁ । ଏହାରି ଭିତରେ ଗଢି ଉଠିଥିବା ବେଆଇନ ଇଟାଭାଟିର ନିଆଁ, ତାତିକୁ ଅସହ୍ୟ କରିଦେଇଛି । ନିଆଳି, କଂଟାପଡ଼ା ଓ ବାଲିପାଟଣା ତହସିଲ ଅଂଚଳରେ ଗଢ଼ି ଉଠିଛି ହଜାର ହଜାର ବେଆଇନ ଇଟା ଭାଟି । ଇଟା ଭାଟିର ଧୂଆଁ ବାୟୁ ମଣ୍ଡଳ ଆଛାଦିତ କରି ରଖିଛି । ତେବେ ବାୟୁ ମଣ୍ଡଳକୁ ପ୍ରଦୂଷଣ କରୁଥିବା ଇଟାଭାଟି ମାଲିକଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦାନା ବାନ୍ଧୁଛି ।

ପାରଦ ୪୦ ଉପରେ । ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ଏହାରି ଭିତରେ ତାତିକୁ ଦ୍ୱିଗୁଣିତ କରିଛି ବେଆଇନ୍ ଇଟାଭାଟି । କଟକ ଜିଲ୍ଲା ନିଆଳି, କଂଟାପଡ଼ା ଓ ବାଲିପାଟଣା ବ୍ଲକରେ ସରକାରୀ ନୀତି ନିୟମକୁ ମୋଡ଼ିମକଚି ବେଆଇନ ଭାବେ ଗଢି ଉଠିଛି ଶହଶହ ଇଟାଭାଟି । ଇଟା ମାଫିଆମାନେ ବେଆଇନ ଭାବରେ ଜନବସତି ଅଂଚଳରେ ଇଟା ପୋଡ଼ୁଛନ୍ତି । ଫଳରେ ଇଟାଭାଟିରୁ ନିର୍ଗତ ଧୂଆଁ ଓ ନିଆଁ ଯୋଗୁ ତାତି ବଢୁଥିବା ବେଳେ ରାଜସ୍ୱ ପାଇବା ଆଶାରେ ତହସିଲ ଏହାକୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ ହୋଇଛି ।

ସେପଟେ ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ କହୁଛି, ଖରାଦିନେ ଏବଂ ଜନବସତି ଅଂଚଳରେ ଇଟାଭାଟି ରହିପାରିବ ନାହିଁ । ହେଲେ ନିଆଳି, ବାଲିପାଟଣା ଓ କଂଟାପଡ଼ା ଅଂଚଳରେ ବେଆଇନ ଭାବରେ ଗଢ଼ି ଉଠିଛି ଶହଶହ ଇଟାଭାଟି । ଇଟଭାଟି ଓ ଟିଣ ଚାଦର ଚିମିନ ଇଟାଭାଟି ଗଢ଼ି ଉଠିଥିବା ବେଳେ ପ୍ରଶାସନ କହୁଛି କାର୍ଯ୍ୟାନୁଷ୍ଠାନ ନିଆଯିବ । ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବେଆଇନ ଇଟାଭାଟି ମାଲିକଙ୍କ ବିରୁଦ୍ଧରେ ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ହିଁ ଅପେକ୍ଷା ।

heat wave

ଆଜି ମାର୍ଚ୍ଚ ମାସର ଶେଷ ତାରିଖ । ହେଲେ ଏବେଠୁ ସୁନ୍ଦରଗଡରେ ଅସମ୍ଭାଳ ହୋଇପଡିଲାଣି ରୌଦ୍ରତାପ । ଦିନ ୧୦ଟା ପରେ ଡେଉଁଛି ପାରଦ । ଫଳରେ ଦିନ ୧୨ଟା ପରେ ଅଘୋଷିତ କର୍ଫ୍ୟୁ ଭଳି ରାସ୍ତାଘାଟ ଶୂନ ଶାନ ହୋଇଯାଉଛି । ତତଲା ଝାଞ୍ଜିପବନ ସାଙ୍ଗକୁ ମୁଣ୍ଡଫଟା ଖରାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପ୍ରତି ବର୍ଷ ସୁନ୍ଦରଗଡରେ ପ୍ରଚଣ୍ଡ ଖରା ହୋଇଥାଏ ଏବଂ ପାରଦ ୪୬ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ କରାଯାଇଥାଏ । ହେଲେ ଚଳିତ ବର୍ଷ ବହୁ ଆଗରୁ ପାରଦ ୪୦ ଛୁଇଁବା ଚିନ୍ତା ବଢାଇ ଦେଇଛି । ଖରା ଅତ୍ୟଧିକ ମାତ୍ରାରେ ବଢି ଚାଲିଥିବା ବେଳେ ସହରରେ ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା ଜଳଛତ୍ରର ବ୍ୟବସ୍ଥା କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।