ପୁଣି ରାଜଧାନୀରେ ତାତିର ବର୍ଷା: ଦିନ ସାଢେ ୧ଟା ସୁଦ୍ଧା ୪୪ ଟପିଲା ରାଜଧାନୀର ପାରା

70

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରାରୁ ତ୍ରାହି ମିଳୁନି । ଦିନ ସାଢେ ୧ଟା ସୁଦ୍ଧା ଭୁବନେଶ୍ୱର ର ତାପମାତ୍ରା ୪୪ ଦଶମିକ ୨ ଡିଗ୍ରୀ ଛୁଇଁଛି । ଆଗକୁ ତାତି ଆହୁରି ବଢିବ । ଆସନ୍ତା ୧ ଯାଏଁ ସିଭିୟର ହିଟ୍ ୱେଭ୍ ଜାରି କରାଯାଇଛି । ୨ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅସହ୍ୟ ଖରାରେ ଘରୁ ବାହାରିବା ମୁସକିଲ ହୋଇପଡିଛି । ରାସ୍ତା ଘାଟ ଖାଁ ଖାଁ ଦେଖିବାକୁ ମିଳିଛି । କାଳବୈଶାଖୀର କୌଣସି ସମ୍ଭାବନା ନଥିବା ପାଣି ପାଗ ବିଭାଗ କହିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।