ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ! ଆସନ୍ତା ୨୮ ତାରିଖ ଯାଏଁ ଟାଣ ଖରା

42

କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୨୮ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସମୁଦ୍ରରେ ୪୫ କିଲୋମିଟର ବେଗରେ ପବନ ବହିବାର ଅନୁମାନ କରାଯାଇଛି । ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସରକାରୀ ହିସାବରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଅନୁଗୁଳ, ବଲାଙ୍ଗୀର, ବରଗଡରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ସଂଖ୍ୟା ୨୦ରେ ପହଁଚିଛି ।