ଗରମଠୁ ବଳିଗଲାଣି ଗୁଳୁଗୁଳି ! ତାତୁଛି ଟିଟିଲାଗଡ, ୪୩ ଡିଗ୍ରୀ ଉପରେ ୯ଟି ସହର

35

କନକ ବ୍ୟୁରୋ : ତାତିରୁ ମିଳୁନି ତ୍ରାହି । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି । ପଶ୍ଚିମ ଓଡିଶାରେ ଲୋକେ ଅସ୍ତବ୍ୟସ୍ତ । ଦୁଇ ଦିନ ହେଲା ଭୀଷଣ ତାତିରେ ଲୋକେ ଛଟପଟ ହେଉଛନ୍ତି । ରାଜ୍ୟର ୧୩ ଟି ସ୍ଥାନରେ ପାରଦ ୪୦ ଉପରେ ରହିଛି । ୯ଟି ସହରର ତାପମାତ୍ରା ୪୩ ଉପରେ । ୪୬ ଦଶମିକ ୫ ଡିଗ୍ରୀ ସହ ତତଲାଗଡ ପାଲଟିଛି ଟିଟିଲାଗଡ । ପଛକୁ ଅଛି ମାଲକାନଗିରି ।

ତେବେ ଉପକୂଳ ଓଡିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ କାଳବୈଶାଖୀ ହେବା ସମ୍ଭାବନା ରହିଛି । ରାଜ୍ୟରେ ଖରାର ଏଭଳି ପ୍ରକୋପ ଆହୁରି ୫ ଦିନ ଜାରି ରହିବ । ତେବେ ୨୪ ତାରିଖ ପରେ ପାଣିପାଗରେ ପରିବର୍ତନ ଆସିପାରେ ।