ହିଟ୍ ଆଇଲାଣ୍ଡ ପାଲଟିଛି ରାଜଧାନୀ ,ଶନିବାର ଯାଏଁ ଲାଗିରହିବ ଗ୍ରୀଷ୍ମପ୍ରବାହ

23

ଆମେ  ଏପରି ଏକ  ସୂଚନା ଦେବାକୁ ଯାଉଛୁ,  ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ । ଗତକାଲି ଭୁବନେଶ୍ୱରର ତାତି ଥିଲା ବିଶ୍ୱର ନମ୍ବର ୱାନ୍ ସବୁଠୁ ଉତପ୍ତ ସହର ପାଲଟିଥିଲା ରାଜଧାନୀ ଭୁବନେଶ୍ୱର । ରାଜଧାନୀର ପାରା ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିଲା, ଗତକାଲି ୪୫.୮ ଡିଗ୍ରୀ ଥିଲା ରାଜଧାନୀର ସର୍ବୋଚ୍ଚ ପାରା । ଯାହା ରାଜଧାନୀକୁ ଦେଇଛି ବିଶ୍ୱର ସବୁଠୁ ଉତପ୍ତ ସହରର ମାନ୍ୟତା । ଏଲଡୋରାଡୋ-କଂଟ୍ରି ୱେଦର ଡଟକମ୍ର ଏହି ସୂଚନା ଏବେ ରାଜଧାନୀବାସୀଙ୍କ ନିଦକୁ ହଜାଇଦେଇଛି । ବିଶ୍ୱର ଉତପ୍ତ ସହର ଭାବେ ପରିଚିତ ନାଇଜେରୀୟ ସହରକୁ ମଧ୍ୟ ପଛରେ ପକାଇ ଦେଇଛି ଭୁବନେଶ୍ୱର,ଏବଂ ତା ତଳକୁ  ରହିଛି ଚାରିଟି ନାଇଜେରୀୟ ସହର । ନମ୍ବର ଟୁରେ  ରହିଛି ନାଇଜେରିଆର ବିଲ୍ମା, ଡିଫା, ମେନି-ସରୁଆ ସହର ଏସବୁ ସହରର ତାପମାତ୍ରା ରହିଛି ୪୫.୫ ଡିଗ୍ରୀ । ବିଶ୍ୱର ଉତପ୍ତ ସହର ତାଲିକାରେ ୧୩ ନମ୍ବର ସ୍ଥାନ ରହିଛି ଓଡ଼ିଶାର ଚାନ୍ଦବାଲି, ଗତକାଲି ଚାନ୍ଦବାଲିର ତାପାମାତ୍ରା ଥିଲା ୪୪.୪ ଡିଗ୍ରୀ ।