ବଢୁଛି ହକି ପାଇଁ ହୃଦସ୍ପନ୍ଦନ : ଆସିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଟିମ୍

ଆଜି କଳିଙ୍ଗ ଷ୍ଟାଡିୟମରେ କରିବେ ଅଭ୍ୟାସ

92

କନକ ବ୍ୟୁରୋ : ବଢୁଛି ହକି ପାଇଁ ହୃଦସ୍ପନ୍ଦନ । ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ପହଂଚୁଛନ୍ତି ବିଦେଶୀ ଖେଳାଳୀ । ଏମାନଙ୍କ ମଧ୍ୟରେ ପହଂଚିଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଟିମର ଖେଳାଳି । ରାତି ପ୍ରାୟ ୨ଟା ବେଳେ ପହଁଚିଛନ୍ତି ବିଶ୍ୱ ମାନ୍ୟତାର ସପ୍ତମରେ ଥିବା ଇଂଲଣ୍ଡ ଓ ନବମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ । ଆର୍ଜେଂଟିନା ଓ ଫ୍ରାନ୍ସ ସହ ସ୍ପେନ ଓ ନ୍ୟୁଜିଲାଣ୍ଡ ପୁଲ-ଏରେ ସ୍ଥାନ ପାଇଛନ୍ତି ।


ଅଷ୍ଟ୍ରେଲିଆ, ଆୟରଲାଣ୍ଡ ଓ ଚୀନ ସହ ଇଂଲଣ୍ଡ ପୁଲ ବିରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଖେଳାଳୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ।ଭୁବେନଶ୍ୱରରେ ବିଦେଶୀ ଖେଳାଳିଙ୍କୁ ଦେଖିବା ପାଇଁ ଘରୋଇ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖିବାକୁ ମିଳିଛି । ସେହିପରି ଶୁକ୍ରବାର ଭୁବନେଶ୍ୱରରେ ପହଁଚିଛି ବିଶ୍ୱ ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା ସ୍ପେନ ଟିମ୍ । ବୁଧବାର ଓ ଗୁରୁବାର ଆର୍ଜେଂଟିନା ଓ ଦକ୍ଷିଣ ଆଫ୍ରିକା ଭୁବନେଶ୍ୱରରେ ପଂହଚିସାରିଛନ୍ତି ।