ଛୁଆର ମୃତ୍ୟୁ ପରେ ଅନ୍ତିମ ସଂସ୍କାର କଲେ ହାତୀ ପଲ, ଭିଡିଓ ଦେଖି ଭାବୁକ ହେଲେ ୟୁଜର୍ସ

733

ହାତୀ ଛୁଆର ମୃତ୍ୟୁ ହେବା ପରେ ହାତୀଙ୍କ ଅନ୍ତିମ ସଂସ୍କାର କରିବା ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି ମୃତ ହାତୀର ଶିଶୁକୁ ନେଇ ଏକ ହାତୀ ଆଗକୁ ଆଗକୁ ଯାଉଛି ଏବଂ ତା’ ସହିତ ପାଖାପାଖି ୮ଜଣ ହାତୀ ପଛରେ ଆସୁଛନ୍ତି । ଭିଡିଓ ଦେଖି ଭାବୁକ ହେଲେ ୟୁଜର୍ସ ।

ଭିଡିଓ ଅନୁସାରେ, ହାତୀଙ୍କ ଅନ୍ତିମ ସଂସ୍କାର ଦେଖିବା ପାଇଁ ରାସ୍ତାରେ ଲୋକଙ୍କ ଭିଡ ହୋଇଛି । ହାତୀର ମାଆ ନିଜ ମୃତ ଶିଶୁକୁ ନେଇ ଆଗରେ ଆଗରେ ଚାଲୁଛି । ଏହି ଭିଡିଓକୁ ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ ସେୟାର କରି ଲେଖିଛନ୍ତି କି, “ଏହା ଆପଣଙ୍କୁ ଭାବୁକ କରିଦେବ । ଅଶ୍ରୁପୂର୍ଣ୍ଣ ହାତୀ ନିଜ ମୃତ ଶିଶୁକୁ ଅନ୍ତିମ ସଂସ୍କାର ପାଇଁ ନେଇକି ଯାଉଛି । ହାତୀଙ୍କ ପରିବାର ନିଜ ଛୁଆଙ୍କୁ ଅଲଗା କରିବାକୁ ଚାହୁଁନାହାଁନ୍ତି ।” ଏହା ଜଣାପଡିନି କି ହାତୀ ଛୁଆର ମୃତ୍ୟୁ କେମିତି ହେଲା ।