କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ହୁଏ ଅଧିକ ହାର୍ଟ ଆଟାକ ! ଗବେଷଣାରୁ ମିଳିଲା ସାଂଘାତିକ ତଥ୍ୟ

72

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଶରୀରରେ ଏବେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଆଧୁନିକ ଲାଇଫଷ୍ଟାଇଲ ଓ ଅଧିକ ଚିନ୍ତା କରିବା ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । କେବଳ ବୟସ୍କ ଲୋକ ନୁହଁନ୍ତି ବରଂ ଯୁବଗୋଷ୍ଠୀ ମଧ୍ୟରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ତା ଛଡା ଶୀତ ଋତୁ ହୋଇଥିବାରୁ ହାର୍ଟ ସମ୍ବନ୍ଧୀୟ ରୋଗୀଙ୍କ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । କାରଣ ଅଧିକ ଥଣ୍ଡା ତାପମାତ୍ରାରେ ହାର୍ଟ ଆଟାକ ହେବାର ସମ୍ଭାବନା ଅଧିକ ଦେଖା ଯାଇଥାଏ ।ଏହାଛଡା ଅଧିକ ସମୟ ବାହାରେ କାଟୁଥିବା ଲୋକମାନେ ଶୀତଦିନେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଏକ ଗବେଷଣା ଅନୁଯାୟୀ, ବ୍ଲଡ ଗ୍ରୁପରୁ ମଧ୍ୟ ହାର୍ଟ ଆଟାକ ବିଷୟରେ ଜଣା ପଡିଥାଏ । ଏପରିକି କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ ହାର୍ଟ ଆଟାକ ଭଳି ସମସ୍ୟା ଅଧିକ ଦେଖାଯାଇଥାଏ ତାହା ଏହି ଗବେଷଣାରୁ ଜଣାପଡିଛି ।

imagesବ୍ଲଡ ଗ୍ରୁପ ଭିତରେ ‘O’ ପଜିଟିଭିକୁ ସବୁଠାରୁ ମୂଲ୍ୟବାନ ଶ୍ରେଣୀର ରକ୍ତ ବୋଲି କୁହାଯାଏ । ଏହି ଗ୍ରୁପର ରକ୍ତ ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ । କାରଣ ପ୍ରତ୍ୟେକ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ‘O’ ପଜିଟିଭ ବ୍ଲଡ ଗ୍ରୁପର ବ୍ୟକ୍ତି ରକ୍ତ ଦେଇପାରିବେ । ଏହାଛଡା ଏହି ବ୍ଲଡ ଗ୍ରୁପର ଅନ୍ୟ ଏକ ବିଶେଷ୍ୱତ ହେଉଛି ହାର୍ଟ ସମ୍ବନ୍ଧୀୟ କୌଣସି ରୋଗ ଏହି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ କମ ଦେଖାଯାଇଥାଏ । ହାର୍ଟ ସମ୍ବନ୍ଧୀୟ ରୋଗ ଉପରେ ଏହି ବ୍ଲଡ ଗ୍ରୁପ ଅଧିକ ଭାରି ପଡିଥାଏ ।

ନେଦରଲାଣ୍ଡର ଗ୍ରୋନିଗନ ବିଶ୍ୱବିଦ୍ୟାଳୟର ମେଡିକାଲ ସେଣ୍ଟରର ଛାତ୍ର ତିସା କୋଲେଙ୍କ କହିବା ଅନୁଯାୟୀ, ହାର୍ଟ ଆଟାକର ସମ୍ଭାବନା ସବୁଠାରୁ ଅଧିକ ‘A’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳେ । କାରଣ ଏ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଶୀରରରେ ଅଧିକ ପରିମାଣର  କୋଲେଷ୍ଟ୍ରଲ ରହିଥାଏ । ଯାହା ଦ୍ୱାରା ଏହି ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ଦେଖାଯାଇଥାଏ । ଗବେଷକଙ୍କ ଅନୁଯାୟୀ, ‘O’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ଛାଡି ଅନ୍ୟ ବ୍ଲଡ ଗ୍ରୁପରେ ଅଧିକ ପରିମାଣର ଗ୍ଲେକୋଟିନ-୩ ରହିଥାଏ । ଯାହା ଶରୀରକୁ ଫୁଲାଇବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ । କେବଳ ‘A’ ଗ୍ରୁପ ନୁହେଁ ‘B’ ଓ ‘AB’ ଶ୍ରେଣୀର ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ରହିଥାଏ । ଏହି ଶ୍ରେଣୀର ବ୍ୟକ୍ତିଙ୍କ କ୍ଷେତ୍ରରେ ହାର୍ଟ ଆଟାକ ହେବାର ସମ୍ଭାବନା ୯ ପ୍ରତିଶତ ଅଧିକ ରହିଥାଏ ।
ହୃଦଘାତର କାରଣ :
• ଆଧୁନିକ ଖାଦ୍ୟପେୟ ଓ ଦୂଷିତ ପରିବେଶ
• ଉଚ୍ଚ ରକ୍ତଚାପ
• ଅଧିକ ଚିନ୍ତା
• ଅଧିକ ସମୟ ଶୋଇ ରହିବା
• ମୋଟାପଣ
• ଧୂମ୍ରପାନ ଓ ଅଧିକ ମଦ ପିଇବା ଯୋଗୁଁ

Courtesy- Onlymyhealth