ଅନେକ ରୋଗ ଦୂର କରିଥାଏ ଜାମୁକୋଳି ! ଜାଣନ୍ତୁ ଏହାର ଔଷଧୀୟ ଗୁଣ

250

ଆରମ୍ଭ ହୋଇଛି ବର୍ଷାଦିନ । ସହରଠୁ ଗାଁ ସବୁଠାରେ ଏବେ ମିଳୁଛି ଜାମୁକୋଳି । ତେବେ କଣ ଆପଣ ଜାଣନ୍ତି ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ଜାମୁକୋଳି । ଏବେ ଜାଣନ୍ତୁ ଏହାର କିଛି ଉପକାରିତା ବିଷୟରେ ।

– ଜାମୁକୋଳିକୁ ପେଶି ପାଣି ସହିତ ଏକାମାତ୍ରାରେ ଖାଇବା ଦ୍ୱାରା ଭୋକ ବଢ଼ିଥାଏ । ଏହାସହ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ ।

– ଜାମୁକୋଳିକୁ ଗରମ ପାଣିରେ ଫୁଟାଇ ଖାଇବା ଦ୍ୱାରା ପେଟରେ ପଥର ହୋଇଥିବା ପରି ସମସ୍ୟାରୁ ରକ୍ଷା ମିଳିଥାଏ । ଏହା ଯକୃତ ପାଇଁ ମଧ୍ୟ ବେଶ ଲାଭଦାୟକ ।

– ଜାମୁକୋଳୀର ମଂଜିକୁ ଖାଇଲେ ରକ୍ତରେ ସର୍କରା ନିୟନ୍ତ୍ରିତ ରହିଥାଏ । ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ।

– ଏହାକୁ ଖାଇବା ଦ୍ୱାରା ତ୍ୱଚା ସତେଜ ହେବା ସହ ଏହା ଧଳାଦାଗକୁ ଦୂର କରି ଥାଏ । ଏପରିକି ଏହାକୁ ଆପଣ ଯଦି ଗୁଣ୍ଡ କରି କ୍ଷୀରରେ ମିଶାଇ ପେଷ୍ଟ କରି ମୁଁହରେ ଲଗାନ୍ତି ତେବେ ଏହା ତ୍ୱଚାରେ ଚମକ ଆଣିଥାଏ ।

– ଏହା କ୍ୟାନ୍ସର, ମୁହଁରେ ଜଳାପୋଡା ଏବଂ ପେଟରେ ପଥର ସୃଷ୍ଟି ଆଦି ରୋଗଠାରୁ ରକ୍ଷା କରିଥାଏ ।

– ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ ।

– ଏହା ମଧୁମେହର ଟାଇପ-୨କୁ ନିୟନ୍ତ୍ରଣ କରିଥାଏ ।

– ଏଥିରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଥାଏ ।

– ଯଦି ଛୋଟ ଶିଶୁ ରାତିରେ ଶୋଇବା ସମୟରେ ପରିସ୍ରା କରନ୍ତି ତେବେ ଜାମୁକୋଳିର ମଂଜିକୁ ପେଶି ପାଣିରେ ମିଶାଇ ଦିନକୁ ଦୁଇଥର ଶିଶୁକୁ ଦିଅନ୍ତୁ ।

ତେବେ ଧ୍ୟାନ ରଖନ୍ତୁ ଏହାକୁ କେବେ ବି ଖାଲି ପେଟରେ ଖାଆନ୍ତୁ ନାହିଁ । ଉପକାର ପାଇବାକୁ ନେଇ ଏହାର ଅତ୍ୟଧିକ ସେବନ ନକରନ୍ତୁ । ଏପରିକି ଏହାକୁ ଖାଇବା ପରେ କ୍ଷୀର ପିଅନ୍ତୁ ନାହିଁ ।