ଥଣ୍ଡା କବଳରୁ ଛୋଟ ଶିଶୁଙ୍କର କେମିତି ନେବେ ଯତ୍ନ ? ଜାଣନ୍ତୁ କିଛି ଆବଶ୍ୟକୀୟ ଟିପ୍ସ

224

ବର୍ଷକ ବାର ମାସ ଛଅ ଋତୁ । ଏଥିମଧ୍ୟରୁ ଶୀତ ଋତୁ ଏକ ଭିନ୍ନ । ଏହି ଋତୁରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ସେଥିପାଇଁ ଏହି ସମୟରେ ଛୋଟ ପିଲାଙ୍କୁ ଯତ୍ନ ନେବା ଭାରି କଷ୍ଟ । ଶୀତ ଦିନରେ ପିଲାଙ୍କୁ ସଫାସୁତରା ରଖିବା ଜରୁରୀ ଅଟେ ।  କାରଣ ଶୀତ ସମୟରେ ବେଶୀ ଥଣ୍ଡାରେ ପ୍ରବାଭିତ ହୋଇଥାନ୍ତି । ନିମୋନିୟା, ଟାଇଫାଏଡ୍, ପୋଲିଓ, ଜ୍ୱର, ଡେଙ୍ଗୁ, ଜୋଣ୍ଡିସ୍, ମ୍ୟାଲେରିଆ ସଂକ୍ରମଣ ମଧ୍ୟ ଥଣ୍ଡା କାରଣରୁ ହିଁ ହୋଇଥାଏ । ଆସନ୍ତୁ ଜାଣିବା ପିଲାଙ୍କ ଯତ୍ନ କିପରି ନେବା –

ଭଲ ଭାବରେ ପୋଷାକ ପିନ୍ଧେଇବା ଉଚିତ୍ –
ଛୋଟ ପିଲାଙ୍କ କାନ, ମୁଣ୍ଡ, ଗୋଡ଼କୁ ସବୁବେଳେ ଠିକ୍ ଭାବରେ ଘୋଡାଇରଖିବା । ପିଲାଙ୍କୁ ସବୁବେଳେ ଦୁଇ ବା ତିନୋଟି କପଡା ପିନ୍ଧାଇରଖିବା ଉଚିତ୍ । କାରଣ ଶିଶୁମାନଙ୍କ ପ୍ରତିରୋଧ ଶକ୍ତି କମ୍ ଥାଏ । ଯାହା ପାଇଁ ତାଙ୍କୁ ଅଧିକ ଥଣ୍ଡା ଲାଗିଥାଏ । ଶିଶୁଙ୍କ ପୋଷାକ ଭିତରେ ୱାରମର ପିନ୍ଧାଇବାକୁ ଭୁଲନ୍ତୁ ନାହିଁ । ତାହା ପରେ ଟି-ସାର୍ଟ ଓ ସ୍ୱେଟର ପିନ୍ଧାଇବାକୁ ଭୁଲନ୍ତୁ ନାହିଁ । ଯଦି ବେଶି ଥଣ୍ଡା ହୁଏ ତା’ହେଲେ ଦୁଇଟି ବି ସ୍ୱେଟର ପିନ୍ଧେଇ ପାରିବେ ।

ସଫାସୁତରା ରଖିବା –
ପିଲାଙ୍କୁ ସଫାସୁତରା ରଖିବା ବହୁତ ଆବଶ୍ୟକ । ଶୀତ ଦିନେ ଜନ୍ମ ଗ୍ରହଣ କରୁଥିବା ଶିଶୁଙ୍କୁ ଦୁଇ ବା ତିନି ଦିନରେ ଥରେ ଗାଧାନ୍ତୁ । ତାହା ପରେ ସ୍ପଞ୍ଜ କପଡାରେ ଧୀରେ ଧୀରେ ପୋଛନ୍ତୁ । ଏହି ସମୟରେ ବଡ଼ ପିଲାମାନେ ନିୟମିତ ଗାଧୋଇବା ଉଚିତ୍ । ଯଦି ଥଣ୍ଡା ହୋଇଥାଏ ତାହା ହେଲେ ଗୋଟେ ଦିନ ଛାଡିକି ଶିଶୁକୁ ଗାଧେ୍ଧବ ଦିଅନ୍ତୁ । ସବୁଦିନ ଗାଧୋଇବା ଦ୍ୱାରା ଜୀବାଣୁ ମୁକ୍ତ ହୋଇଥାଉ । ପିଲାଙ୍କୁ ସବୁବେଳେ ବନ୍ଦ ଜାଗାରେ ଗାଧୋଇବା ଉଚିତ୍ ।

ମାଲିସ୍ କରିବା –
ପ୍ରତିଦିନ ପିଲାଙ୍କୁ ୧୦-୧୫ ମିନିଟ୍ ମାଲିସ୍ କରନ୍ତୁ । ଏହାଦ୍ୱାରା ପିଲାଙ୍କ ଚମଡା ଓ ହାଡ ଶକ୍ତ ହୋଇଥାଏ । ବାଦାମ ତେଲ, ଜଡ଼ା ତେଲ ବା ପିଲାଙ୍କ ଯେ କୌଣସି ତେଲରେ ମାଲିସ୍ କରିପାରିବେ । ମାଲିସ୍ କରିବା ବେଳେ ପ୍ରଥମେ ତଳ ପଟୁ ଆରମ୍ଭ କରି ଉପରକୁ ମାଲିସ୍ କରିବ ଭଲ । ମାଲିସର୍ ମୂଳ ଲକ୍ଷ୍ୟ ହେଉଛି ରକ୍ତ ସଂଚାଳନର ବେଗ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇବା । ହାତ, ଗୋଡ଼କୁ ତଳ ପଟୁ ଆରମ୍ଭ କରି ଉପରକୁ ମାଲିସ୍ କରନ୍ତୁ ।

ଖରାରେ ବସେଇବା-
ଶିଶୁଙ୍କୁ ଖରାରୁ ଭିଟାମିନ୍-ଡି ମିଳିଥାଏ । ସେଥିପାଇଁ ପିଲାଙ୍କୁ ପ୍ରତିଦିନ ୧୧ ରୁ ୪ ଟା ମଧ୍ୟରେ ୧୫-୨୦ ମିନିଟ୍ ପାଇଁ ଖରାରେ ଖେଳିବାକୁ ଦେବା ଉଚିତ୍ । ପିଲାଙ୍କୁ ସବୁବେଳେ ଘୋଡାଇକି ବାହାରକୁ ନେବା ଭଲ ନୁହେଁ । ସେଥିପାଇଁ ପିଲାଙ୍କୁ କିଛି ସମୟ ବାହାରେ ଛାଡିଦେବା ଭଲ । ଯଦି ଝରକା କାଚରେ ଖରା ବାଜିି ରୁମକୁ ଆସୁଥାଏ ସେହି ଖରାରେ ପିଲାଙ୍କୁ ବସେଇ ଦେବା ଭଲ ।

ଫଳ ଓ ପରିବା ଖୁଆନ୍ତୁ –
ଏକ ବର୍ଷ ପର୍ଯ୍ୟନ୍ତ ମା’ କ୍ଷୀର ପିଆନ୍ତୁ । ଯଦି ଆବଶ୍ୟକ ହୁଏ ତାହା ହେଲେ ପାଉଡ଼ର ମିଲ୍କ(ଲାକ୍ଟୋଜେନ) ଦିଅନ୍ତୁ । ଦୁଇ ବର୍ଷ ପିଲାଙ୍କୁ କ୍ରିମ ବା ମୋଟା କ୍ଷୀରଦିଅନ୍ତୁ । ଯାହା ଦ୍ୱାରା ପିଲାଙ୍କ ମସ୍ତିଷ୍କ ଓ ଆଖିର ବିକାଶ ପାଇଁ ବହୁ ସହାୟତା ହୋଇଥାଏ । ଯଦି ପିଲା ବଡ଼ ହେଉଛି ବୋଲି ଭାବୁଛନ୍ତି । ତାହା ହେଲେ ଫଳ ପନିପରିବା ବି ଖୁଆଇ ପାରିବେ ।  ( ସୌଜନ୍ୟ- ଓନଲିମାଇଁ ହେଲଥ)