ଭାରତୀୟଙ୍କ ଠାରେ ଦେଖାଦେଉଛି ଆର୍ଥିକ ସଂକଟ : ଆର୍ଥିକ ରୂପରେ ସକ୍ଷମ ପରିବାର ବି ଆସିଯାଉଛନ୍ତି ଦାରିଦ୍ର୍ୟ ସୀମାରେଖା ତଳକୁ, ଜାଣନ୍ତୁ ଏହାର କାରଣ

35

ଭାରତୀୟ ଜନତା ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ତିନି ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ମୁତାବକ ପାଖାପାଖି ୫.୫ କୋଟି ଭାରତୀୟ ପ୍ରତିବର୍ଷ ନିଜ ସ୍ୱାସ୍ଥ୍ୟର ଦେଖାଶୁଣାରେ ହେଉଥିବା ଖର୍ଚ୍ଚ କାରଣରୁ ଗରୀବ ହୋଇଯାଉଛନ୍ତି । ଏମାନଙ୍କ ମଧ୍ୟରୁ ୩.୮ କୋଟି ଏମିତି ଅଛନ୍ତି, ଯେଉଁମାନେ କେବଳ ଔଷଧ ଉପରେ ଆସୁଥିବା ଖର୍ଚ୍ଚ କାରଣରୁ ଦାରିଦ୍ର୍ୟ ସୀମାରେଖା ତଳକୁ ଆସିଯାଇଛନ୍ତି ।

ଅନୁଧ୍ୟାନରୁ ଜଣାପଡିଛି ଯେ, ସ୍ୱାସ୍ଥ୍ୟ ଉପରେ ହେଉଥିବା ଖର୍ଚ୍ଚ ର ସବୁଠାରୁ ବଡ ଭାଗ ଅଣସଂକ୍ରାମକ ରୋଗ ଯେମିତି କ୍ୟାନସର, ହୃଦୟ ରୋଗ ଏବଂ ମଧୁମେହ ଉପରେ ଖର୍ଚ୍ଚ ହୁଏ । କ୍ୟାନସର ଏଭଳି ଏକ ରୋଗ, ଯାହା ଉପରେ ଏତେ ଖର୍ଚ୍ଚ ଆସିଯାଏ ଯେ ଆର୍ଥିକ ରୂପରେ ସକ୍ଷମ ପରିବାର ବି ଦାରିଦ୍ର୍ୟ ସୀମାରେଖାକୁ ଆସିଯାଆନ୍ତି । ସଡକ ଦୁର୍ଘଟଣାରେ ଆହତ ବା ଅନ୍ୟ କୈାଣସି କାରଣରୁ ଆହତ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ, ଏମାନଙ୍କ ଠାରେ ମଧ୍ୟ ସର୍ବାଧିକ ଖର୍ଚ୍ଚ କରୁଥିବା ବ୍ୟକ୍ତି ଆର୍ଥିକ ରୂପରେ ଦୁର୍ବଳ ଅଛନ୍ତି, ଯେଉଁମାନେ ସର୍ବନିମ୍ନ ୭ଦିନ ପର୍ଯ୍ୟନ୍ତ ହସପିଟାଲରେ ରହିଛନ୍ତି ।

ସରକାର ଲୋକଙ୍କୁ କମ୍ ଦାମରେ ଔଷଧ ଯୋଗାଇ ଦେବା ପାଇଁ ଜନ ଔଷଧି ଦୋକାନର ଆରମ୍ଭ କଲେ । ଏହା ଅଧିନରେ ପାଖାପାଖି ୩୦୦୦ ଦୋକାନ ଖୋଲିବାର ଲକ୍ଷ ରଖାଯାଇଥିଲା, ଯାହା ପୁରା ବି ହୋଇଗଲା । କିନ୍ତୁ ଏହି ଯୋଜନା ବି ଲୋକଙ୍କ ପାଇଁ ଏତେ ସହାୟକ ହୋଇପାରିଲାନି । ଏହି ଷ୍ଟୋରରେ ଅଧିକାଂଶ ଷ୍ଟକ୍ ନଥାଏ କିମ୍ବା ଯେଉଁ ଔଷଧ ମିଳେ ତାହାର ଗୁଣବତ୍ତା ଭଲନଥାଏ । ଅଧିକାଂଶ ଜନ ଔଷଧି ଷ୍ଟୋରରେ ୧୦୦-୧୫୦ ପ୍ରକାରର ଔଷଧ ଥାଏ । ଯେବେକି କୁହାଯାଇଥିଲା ଏଠି ୬୦୦ରୁ ଅଧିକ ଔଷଧ ଉପଲବ୍ଧ ହେବ । ଭାରତରେ ଥିବା ୫.୫ ଲକ୍ଷରୁ ଅଧିକ ଫାର୍ମାସୀର ତୁଳନାରେ ଏହାର ସଂଖ୍ୟା ବହୁତ କମ୍ ।