ସ୍ୱାସ୍ଥ୍ୟ ବିଭାଗକୁ ବନ୍ୟା ଚିନ୍ତା ! ସତର୍କ ରହିବାକୁ ସବୁ ଜିଲ୍ଲାକୁ ସୂଚନା ।

31

ଉତ୍ତର -ପଶ୍ଚିମ ବଙ୍ଗୋପ ସାଗରେ ହୋଇଥିବା ଲଘୁଚାପ ଅବପାତର ରୂପ ନେଉଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ । ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ନିର୍ଦ୍ଦେଶ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସଜାଗ ରୁହନ୍ତୁ ସମସ୍ତ ଜିଲ୍ଲାପାଳ ।

ତେବେ ଜିଲ୍ଲାପାଳଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବ ନେଇ ପଦକ୍ଷେପ ନିଅନ୍ତୁ ବୋଲି ନିର୍ଦ୍ଦେଶ । ବିଶେଷ କରି ଉପଯୁକ୍ତ ପରିମାଣରେ ବ୍ଲିଚିଙ୍ଗ୍ ପାଉଡର, ସାଲାଇନ, ଆଣ୍ଟିବାୟୋଟିକ୍ସ, ହାଲୋଜେନ ବଟିକା ସହ ଅନ୍ୟାନ୍ୟ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଉପକରଣ । ଏହି ସବୁ ସୁବିଧା ବିପଦ ସଂଙ୍କୁଳ ଅଞ୍ଚଳ ମାନଙ୍କରେ ଉପଯୁକ୍ତ ପରିମାଣରେ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା । ଅନ୍ୟପଟେ ସୁଦୂର ତଥା ବିପଦ ସଂଙ୍କୁଳ ଅଞ୍ଚଳରେ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ମାତୃତ୍ୱ ପରୀକ୍ଷା କେନ୍ଦ୍ରକୁ ଆଣିବା ପାଇଁ ୧୫ ଦିନ ମଧ୍ୟରେ ପଦକ୍ଷେପ ନିଅନ୍ତୁ ।

ସେହିପରି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆସନ୍ତାକାଲି ସକାଳ ଠାରୁ କଣ୍ଟ୍ରୋଲ ରୁମରେ ନିଯୁକ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସମସ୍ତେ ହାଇ ଆର୍ଲଟ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ଅନ୍ୟପଟେ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଗୁଆ ସତର୍କ ରହିବା ପାଇଁ ଚିଠିଦ୍ୱାରା ଜଣାଇଛନ୍ତି । ସବୁ ଅଫିସରକୁ ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜରୁରୀକାଳୀନ ବିଭାଗକୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ବନ୍ୟା ପରିସ୍ଥିତି ଆସିନାହିଁ । ନଦୀର ଜଳସ୍ତର ବିପଦ ସଂକେତ ତଳେ ଅଛି । ସବୁ କଂଟ୍ରୋଲ ରୁମ ସହ ସମନ୍ୱ୍ରୟ ରଖାଯାଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଥିଲେ ଏସଆରସି ।