କମଳା ଖାଇବା ଦ୍ୱାରା ଦୂର ହେବ ଅନେକ ସମସ୍ୟା !

64

ଶୀତ ଦିନେ ଶୀତ ଲାଗିବା ସ୍ୱାଭାବିକ । ତେବେ ଶୀତ ଦିନରେ ଅନେକ ସମସ୍ୟାରେ ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । ଏହି ଋତୁରେ ହେଉଥିବା କେତେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ କମଳା ଫଳ ଖାଇବ ଭଲ । କମଳା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ । ଆମିନୋ ଏସିଡ, ଫାଇବର, କ୍ୟାଲସିୟମ, ଆୟୋଡିନ, ସୋଡିୟମ, ମିନେରାଲ୍ସ, ଭିଟାମିନ ଏ, ବି ଭରପୂର ମାତ୍ରାରେ ରହିଛି । ତେବେ ଆସନ୍ତୁ ଜାଣିବା କମଳାର ସେବନ କରିବାଦ୍ୱାରା ଭଲ ହେଉଥିବା କେତେକ ସମସ୍ୟା ସମ୍ବନ୍ଧରେ ।

ଥଣ୍ଡା-ଜ୍ୱର ସମସ୍ୟା – ଥଣ୍ଡା, ସର୍ଦ୍ଦି, କାଶ ଭଳି ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ କମଳା । ସେଥିପାଇଁ କମଳା ଜୁସରେ ଲେମ୍ବୁ ରସ ମିଶାଇ ପ୍ରତିଦିନ ପିଅନ୍ତୁ । ଦେଖିବେ ଏହି ସମସ୍ୟାରୁ ବହୁତ ଶିଘ୍ର ମୁକ୍ତି ପାଇପାରିବେ ।

ଉଚ୍ଚରକ୍ତ ଚାପ ସମସ୍ୟା – ଶରୀରରେ ଥିବା ଲାଇମୋନିମ କୋଷକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ କମଳା । ଯାହା ଫଳରେ ଉଚ୍ଚରକ୍ତ ଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

କିଡନୀ ଷ୍ଟୋନ ସମସ୍ୟା – ଯଦି ଆପଣ କିଡ଼ନୀ ଷ୍ଟୋନ ଭଳି ସମସ୍ୟା ପଡୁଛନ୍ତି, ତେବେ ନିୟମିତ ଭାବେ କମଳା ବା କମଳା ଜୁସ ପିଅନ୍ତୁ । ୩/୪ ସପ୍ତାହ ମଧ୍ୟରେ ହିଁ ଏହି ସମସ୍ୟାକୁ ମୁକ୍ତି ପାଇ ପାରିବେ ।

ଆଣ୍ଠୁଗଣ୍ଠି ସମସ୍ୟା – ଯଦି ଏଭଳି ସମସ୍ୟାରେ ପଡୁଛନ୍ତି, ତେବେ ଆପଣ କମଳା ଜୁସ ସହ ଛେଳି କ୍ଷୀର ମିଶାଇ ପିଅନ୍ତୁ । ଦେଖିବେ ଆପଣଙ୍କ ଆଣ୍ଠୁଗଣ୍ଠି ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ ।

ଜ୍ୱର ସମସ୍ୟା – ଯଦି ଆପଣଙ୍କୁ ବେଶୀ ଜ୍ୱର ହେଉଛି, ତେବେ ଦିନରେ ୨ ଥର କମଳା ଜୁସ ପିଅନ୍ତୁ । ଏହା ଦ୍ୱାରା ଶରୀରର ତାପମାତ୍ରା ଧୀରେ ଧୀରେ କମିବାରେ ଲାଗିବ । ଯାହା ଫଳରେ ଆପଣଙ୍କ ଜ୍ୱର ମଧ୍ୟ ଭଲ ହୋଇଯିବ ।