ପ୍ରତିଦିନ ଏସିରେ ବସୁଛନ୍ତି କି ! ଘାତକ ସାବ୍ୟସ୍ତ ହୋଇପାରେ

75

ଖାଦ୍ୟ ପାନୀୟକୁ ନିୟନ୍ତ୍ରଣରେ ରଖିବା ଆମ ପକ୍ଷେ ସଂଭବ । ତେବେ, ବାୟୁକୁ କେବେ ହେଲେ ନୁହେଁ । ପରିବେଶ ବାତାବରଣ ଅନୁଯାୟୀ ଏହା ଆମକୁ ମିଳିଥାଏ । ମଣିଷ ଦିନରେ ପ୍ରାୟ କୋଡିଏ ହଜାର ଥର ପ୍ରଶ୍ୱାସ ଗ୍ରହଣ କରିଥାଏ । ନାକ ଘୋଡାଇଲେ ବି ପ୍ରଦୂଷଣ କବଳରୁ ବର୍ତ୍ତିବା କଷ୍ଟକର । ଆଜିକାଲି ଏଆର କଣ୍ଡିସନର ବ୍ୟବହୃତ ବହୁତ ବଢିଛି । ବନ୍ଦ କୋଠରିରେ ସୂର୍ଯ୍ୟାଲୋକ ପଡୁନାହିଁ କି ମୁକ୍ତ ବାୟୁ ଚଳପ୍ରଚଳ ହୋଇପାରୁନାହିଁ । ତେଣୁ ଏଭଳି କୋଠରିରେ ଆମେ ଏସି ପବନ ହିଁ ପ୍ରଶ୍ୱାସରେ ଗ୍ରହଣ କରୁଛେ । ତେବେ ଆସନ୍ତୁ ଜାଣିବା ଏଆର କଣ୍ଡିସନର ବ୍ୟବହାର କରିବାକୁ ହେଲେ କେତେକ ସରଳ ଉପାୟ ବିଷୟରେ ଜାଣି ରଖନ୍ତୁ ।

ଏଆର କଣ୍ଡିସନର ଯୋଗୁଁ କୋଠରିରେ ଆର୍ଦ୍ରତା ବଢେ । ଏହାର ଏକ ପରିମାଣ ସ୍ୱରୁପ ଜୀବାଣୁ ବି ବଢନ୍ତି । ପୁଣି, କୋଠରିରେ ମଶାଙ୍କୁ ତଡିବା ପାଇଁ ବ୍ୟବହୃତ ମାରାତ୍ମକ ରାସାୟନିକ, ସଫେଇ କାମରେ ଲାଗୁଥିବା ପଦାର୍ଥ, ରଙ୍ଗ, ଆସବାବ ପତ୍ର, ରନ୍ଧନରେ ବ୍ୟବହୃତ ଇନ୍ଧନ, ପୋଷା ପ୍ରାଣୀ ଆଦି ଯୋଗୁଁ ମଧ୍ୟ ବାୟୁ ପ୍ରଦୂଷିତ ହୁଏ । ତେଣୁ ସତର୍କ ରୁହନ୍ତୁ । ବନ୍ଦ ଘରେ ମହମବତି, ଲଣ୍ଠନ ଆଦି ବ୍ୟବହାର ଜଳାନ୍ତୁ ନାହିଁ । ରୋଷେଇ ଧୂମ ଶିଘ୍ର ବାହାରକୁ ଯିବା ପାଇଁ ଏଗଜଷ୍ଟ ଫ୍ୟାନ୍ ଲଗାନ୍ତୁ । ଅତ୍ୟାଧୁନିକ ଚିମିଣୀ ବ୍ୟବହାର କରନ୍ତୁ । ପ୍ଲାଜମାକ୍ଲଷ୍ଟର ବୈଷୟିକ ଜ୍ଞାନ-କୌଶଳରେ ନିର୍ମିତ ଏଆର କଣ୍ଡିସନର ବ୍ୟବହାର କରନ୍ତୁ । ଏହା ଦୂଷିତ ବାୟୁ ନଷ୍ଟ କରିଥାଏ । ମଶା-ମରା ଔଷଧ ବ୍ୟବହାର କରନ୍ତୁ ନାହିଁ । ଏହା ପିଲା ତଥା ବୟସ୍କଙ୍କଠାରେ ବିଭିନ୍ନ ଶ୍ୱାସରୋଗ, ଆଲର୍ଜି, ବ୍ରୋଙ୍କାଇଟିସ ସମସ୍ୟା ବଢାଏ । ଏୟାର ପ୍ୟୁରିଫାୟର ବ୍ୟବହାର କରନ୍ତୁ । ଶୋଇବା ଘରେ ଅପରିଷ୍କାର ବେଡସିଟ, ତଉଲିଆ ପୋଷାକ, ରଖନ୍ତୁ ନାହିଁ ।