ଅତିଶୀଘ୍ର ୩୦୦ରୁ ଅଧିକ ଔଷଧ ଉପରେ ଲାଗିବାକୁ ଯାଉଛି ପ୍ରତିବନ୍ଧକ : ଦେଶର ୧ ଲକ୍ଷ କୋଟି ଟଙ୍କାର ଔଷଧ ବଜାର ଉପରେ ପଡିପାରେ ପ୍ରଭାବ

70

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ସର୍ବୋଚ୍ଚ ଡ୍ରଗ ଆଡଭାଇଜରୀ ବୋର୍ଡ ର ଏକ ଉପ-ସମିତିର ସୁପାରିଶ କ୍ରମେ ଶୀଘ୍ର ୩୦୦ରୁ ଅଧିକ ଔଷଧକୁ ନିଷେଧ କରିପାରେ । ଏହା ଫିକ୍ସଡ ଡୋଜ୍ କମ୍ବିନେସନ୍(ଏଫଡିସି) ମେଡିସିନ୍ । ସରକାରଙ୍କ ଏହି ପଦକ୍ଷେପରୁ ଏବୋର୍ଟ ଭଳି ବଡ ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ପିରାମଲ, ମେକ୍ଲାଉଡ୍ସ, ସିପ୍ଲା ଓ ଲ୍ୟୁପିନ୍ ଭଳି ଘରୋଇ ଔଷଧ ନିର୍ମାତା ବ୍ୟତୀତ ବି କେତେକ କମ୍ପାନୀଗୁଡିକ ପ୍ରଭାବିତ ହେବେ । ସମ୍ଭବ କି ସରକାରଙ୍କ ଏହି ଫଇସଲା ବିରୁଦ୍ଧରେ କମ୍ପାନୀ ଗୁଡିକ କୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ।

ଯଦି ଏହି ନିଷ୍ପତ୍ତିକୁ ଲାଗୁ କରିଦିଆଯାଏ, ତେବେ ଲୋକଙ୍କ ମଧ୍ୟରେ ସାଧାରଣ ହୋଇସାରିଥିବା ଫେନ୍ସେଡିଲ, ସେରିଡନ୍ ଓ ଡି’ କୋଲ୍ଡ ଟୋଟଲ ଭଳି କଫ୍ ସିରପ୍ , ବ୍ୟଥା ନିବାରକ ଓ ଫ୍ଲୁ ର ମେଡିସିନ୍ ଉପରେ ପ୍ରତିବନ୍ଧକ ଲାଗିଯିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜିନ୍ ୩୪୩ ଫିକ୍ସ ଡୋଜ୍ କମ୍ବିନେସନ୍ ମେଡିସିନ୍ସ ର ଉତ୍ପାଦନ, ବିକ୍ରି ଓ ବିତରଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାବୁଛି । ଏହାର ଡ୍ରାଫ୍ଟ ଲିଷ୍ଟ ଡ୍ରଗ ଆଡଭାଇଜରି ବୋର୍ଡ (ଡିଟିଏବି)ର ସୁପାରିଶ ଆଧାରରେ ପ୍ରସ୍ତୁତ କରାଯାଇଛି ।

ପ୍ରକୃତରେ ସୁପ୍ରିମକୋର୍ଟ ହିଁ ଗତ ବର୍ଷ ହିଁ ଡିଟିଏବି କୁ କହିଥିଲେ, କି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କାରଣ ସହିତ ପରାମର୍ଶ ଦିଅନ୍ତୁ କି କେଉଁ ଔଷଧର ପରିଚାଳନା, କଟକଣା ବା ସଂପୂର୍ଣ୍ଣ ରୂପେ ନିଷେଧ କରାଯିବ । ସର୍ବୋଚ୍ଚ ନ୍ୟାୟାଳୟର ଏହି ଆଦେଶ ଏଫଡିସି ବ୍ୟାନ ମାମଲାରେ ସରକାର ଓ ଔଷଧ କମ୍ପାନୀ ମଧ୍ୟରେ ଚାଲୁଥିବା ଟଣାଓଟରା ପରେ ଆସିଥିଲା ।

ମାର୍କେଟ ରିସର୍ଚ୍ଚ ଫର୍ମ ଏଆଇଓସିଡି ଫାର୍ମା ଟ୍ରାକ୍ ମୁତାବକ, ଏଫଡିସିଜି ଉପରେ ବ୍ୟାନ ଦ୍ୱାରା ଦେଶର ୧ ଲକ୍ଷ କୋଟି ଟଙ୍କାର ଔଷଧ ବଜାରରେ ପାଖାପାଖି ୨ ପ୍ରତିଶତ ଅର୍ଥାତ୍ ୨,୦୦୦ କୋଟି ଟଙ୍କା ଉପରେ ପ୍ରଭାବ ପଡିବ । ଏମିତିରେ ଏହି ଦେଶର ବାର୍ଷିକ ବିକ୍ରି ବର୍ଷ ୨୦୧୬ରେ ୩,୦୦୦ କୋଟି ଟଙ୍କାରୁ ହ୍ରାସ ହୋଇ ଏବେ ୨,୧୮୩ କୋଟି ଟଙ୍କା ହୋଇଗଲାଣି ।