ସମ୍ବଲପୁର ମେଡିକାଲ ଭିତରେ ଶିଶୁକନ୍ୟାକୁ ଗଣଦୁଷ୍କର୍ମ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡା ପ୍ରତିକ୍ରିୟା । କହିଲେ ଦୁଷ୍କର୍ମକାରୀକୁ ଗୁଳି କରି ମାରିଦେବା ଉଚିତ ।

24

କନକ ବ୍ୟୁରୋ : ସମ୍ବଲପୁର ମେଡିକାଲ ଭିତରେ ଶିଶୁକନ୍ୟାକୁ ଗଣଦୁଷ୍କର୍ମ ଘଟଣାରେ କଡା ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । କହିଛନ୍ତି ଏଭଳି କାର୍ଯ୍ୟ କରୁଥିବା ଲୋକକୁ ଗୁଳି କରି ମାରିଦେବା ଉଚିତ୍ । ଏହ ଏକ ଦୁଃଖଦ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଘଟଣାରେ ମେଡିକାଲ ସିକ୍ୟୁରିଟି ସଂସ୍ଥାକୁ ବାତିଲ କରାଯାଇଛି । ଏହାସହ ଅନ୍ୟ ସିକ୍ୟୁରିଟି ସଂସ୍ଥାକୁ ସତର୍କ କରାଯାଇଛି ।

ହସ୍ପିଟାଲ ଭିତରେ ମାତ୍ର ୩ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳା ଭର୍ତି ହୋଇଥିବା ବେଳେ ତାଙ୍କର ୩ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଡାକ୍ତରଖାନା ୱାର୍ଡ ବାହାରେ ଶିଶୁକନ୍ୟାଟି ଖେଳୁଥିବା ବେଳେ ସେହି ୱାର୍ଡରେ ଭର୍ତି ହୋଇଥିବା ଅନ୍ୟଜଣେ ମହିଳାଙ୍କ ସ୍ୱାମୀ ଓ ହସ୍ପିଟାଲ ସୁରକ୍ଷା କର୍ମୀ ଏକ ଅନ୍ଧାରୁଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ୍ । ଘଟଣା ସଂପର୍କରେ ଜଣାପଡିବା ପରେ ହସ୍ପିଟାଲ କର୍ମଚାରୀମାନେ ପୁଲିସକୁ ଜଣାଇଥିଲେ ।