ଆସନ୍ତାକାଲି ସ୍ୱତନ୍ତ୍ର ଡାକ୍ତରୀ ଦଳ ସହ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା : ଜଗା ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହ କରିବେ ଆଲୋଚନା

42

କନକ ବ୍ୟୁରୋ : ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀର ଏମ୍ସ ଯିବେ । ତାଙ୍କ ସହ ଡାକ୍ତରଙ୍କ ଏକ ବିଶେଷଜ୍ଞ ଦଳ ବି ଦିଲ୍ଲୀ ଯିବେ । ଏହି ଦଳ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବେ । ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରାଯାଇଥିଲା । ଧୀରେ-ଧୀରେ ଦୁଇ ଭାଇ ସୁସ୍ଥ ହୋଇଥିଲେ । ଅସ୍ତ୍ରୋପଚାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିଏ ଟଙ୍କା ଯୋଗାଇଦିଆଯାଇଥିଲା । ଏବେ ଜଗା-ବଳିଆଙ୍କୁ ଏମ୍ସରୁ ଡିସଚାର୍ଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।