ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଣି ପଛରେ ପଡ଼ିଲା ଓଡ଼ିଶା । ବିଧାନସଭାରେ ବିରୋଧୀଙ୍କ ଅଭିଯୋଗ, ଅସୁସ୍ଥ ହୋଇପଡ଼ିଛି ରାଜ୍ୟର ସ୍ୱାସ୍ଥ୍ୟସେବା ।

101

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଣି ପଛରେ ପଡ଼ିଲା ଓଡ଼ିଶା । ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ହେଲଥ ଇନଡେକ୍ସ ରିପୋର୍ଟରେ ୨୧ଟି ରାଜ୍ୟରୁ ୧୯ତମ ସ୍ଥାନରେ ରହିଛି ଓଡ଼ିଶା । ସ୍ୱାସ୍ଥ୍ୟସେବାକୁ ନେଇ ଦେଶର ବିଭିନ୍ନ ରାଜ୍ୟର ପ୍ରଦର୍ଶନକୁ ନେଇ ପ୍ରସ୍ତୁତ ହୋଇଛି ଏହି ରିପୋର୍ଟ । ଆଉ ଏପଟେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ୍ କରିଛି ବିରୋଧୀ ବିଜେପି । ‘ଓଡ଼ିଶାର ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ଥ’ ଏହି ଶୀର୍ଷକରେ ବିରୋଧୀ ବିଜେପି ଗୃହରେ ମୁଲତବୀ ପ୍ରସ୍ତାବ ଆଣିଥିଲେ । ଯାହା ଉପରେ ଉତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ସଂଯୋଗ ଦେଖନ୍ତୁ- ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ଗୁଡ଼ିକର ପ୍ରଦର୍ଶନର ରିପୋର୍ଟ ଆସିବା ସମୟରେ ଓଡ଼ିଶା ବିଧାନସଭାରେ ସ୍ୱାସ୍ଥ୍ୟସେବା ସଂପର୍କିତ ମୁଲତବୀ ପ୍ରସ୍ତାବ ଆଣିଛି ବିଜେପି । ‘ଓଡ଼ିଶାର ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ଥ’ ଏହି ଶୀର୍ଷକରେ ବିରୋଧୀ ବିଜେପି ଗୃହରେ ମୁଲତବୀ ପ୍ରସ୍ତାବ ଆଣିଛି । ବିଜେପି ଏଥିରେ ଅଭିଯୋଗ କରିଛି-

-ରାଜ୍ୟର ସିଏଚସି, ପିଏଚସି ଓ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିତ୍ତିଭୂମୀ ଓ କର୍ମଚାରୀଙ୍କ ଅଭାବ
-ମେଡ଼ିକାଲ କଲେଜରେ ଆନୁଷ୍ଠାନିକ ଭିତ୍ତିଭୂମୀ, ଡାକ୍ତର ଓ କର୍ମଚାରୀ ଅଭାବ
-ବାଧ୍ୟ ହୋଇ ଗରିବ ଲୋକ ବେସରକାରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି
-ଆଉ ବେସରକାରୀ ମେଡ଼ିକାଲରେ ଗରିବ ଲୋକ ଶୋଷଣର ଶିକାର ହେଉଛନ୍ତି

ଅନ୍ୟପଟେ ମୁଲତବୀ ପ୍ରସ୍ତାବ ଉପରେ ଉତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି-
-ସୁସ୍ଥ ଓଡ଼ିଶା, ସୁଖି ଓଡ଼ିଶା ଅଭିଯାନ ଜରିଆରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଉବଲବ୍ଧ କରାଯାଉଛି
– ରାଜ୍ୟ ସରକାର ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି
-ସ୍ୱାସ୍ଥ୍ୟସେବାର ବିକାଶ ନିମନ୍ତେ ରାଜ୍ୟ ବଜେଟ୍ରେ ବ୍ୟୟବରାଦ ବୃଦ୍ଧି କରାଯାଇଛି
-ରାଜ୍ୟରେ ୪ଟି ନୂଆ ମେଡ଼ିକାଲ ହୋଇଛି ଏବଂ ୬ଟି ମେଡିକାଲ କଲେଜ ସ୍ଥାପନ କରାଯାଉଛି

ସ୍ୱାସ୍ଥ୍ୟସେବାକୁ ନେଇ ଶାସକ ବିରୋଧୀଙ୍କ ଏହି ଜବାବ୍-ସୁଆଲ ଭିତରେ ଏପଟେ ଆସିଛି ନୀତି ଆୟୋଗର ରିପୋର୍ଟ । ହେଲଥ ଇନଡେକ୍ସ ରିପୋର୍ଟରେ ୨୧ଟି ରାଜ୍ୟରୁ ୧୯ତମ ସ୍ଥାନରେ ରହିଛି ଓଡ଼ିଶା । ଏହି ତାଲିକାରେ ସବୁଠୁ ଆଗରେ ରହିଛି କେରଳ ।