ଖାଇବା ପରେ ଏହି ୫ ଟି କାମ କରୁଥିଲେ ସାବଧାନ ହୋଇଯାଆନ୍ତୁ ! ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିପାରେ ।

224

ଉତ୍ତମ ଖାଦ୍ୟ ଖାଇଦେଲେ ଯେ ଜଣେ ସ୍ୱାସ୍ଥ୍ୟବାନ ହୋଇଯିବେ ତାହା ନୁହେଁ,ଏଥିପାଇଁ ଦରକାର କିଛି ନୀତିନିୟମ । ଅଧିକାଂଶ ଲୋକ ଖାଇବା ପରେ ଏଭଳି କିଛି କାମ କରନ୍ତି ଯାହା ହଜମ ପ୍ରକ୍ରିୟାକୁ ବ୍ୟାଘାତ କରିଥାଏ । ଯାହା ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଏ । ତେବେ ଆସନ୍ତୁ ଏହିଭଳି ୫ ଟି କାରଣ ଜାଣିବା ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ ।

୧ . ଚାଲନ୍ତୁ ନାହିଁ : ଖାଇବାର ତୁରନ୍ତ ପରେ ଚାଲନ୍ତୁ ନାହିଁ । ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକରେ ହୋଇପାରେ ନାହିଁ ଏବଂ ଗ୍ୟାସଷ୍ଟ୍ରିକ୍ ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଏଥିପାଇଁ ଖାଇବାର ତୁରନ୍ତ ବାଦେ ନ ଚାଲି ଅଧଘଣ୍ଟା ପରେ ଚାଲନ୍ତୁ ।

୨ . ଚା’ ପିଅନ୍ତୁ ନାହିଁ : ଚା ପତ୍ରରେ ଏସିଡ୍ ଉପଦ୍ରବ ରହିଥାଏ ତେଣୁ ଖାଇବା ପରେ ଚା ପିଇବା ଦ୍ୱାରା ଖାଦ୍ୟରେ ଥିବା ପ୍ରୋଟିନ୍ ଭଲଭାବରେ ହଜମ ହୋଇପାରେ ନାହିଁ । ଖାଇବାର ଦୁଇଘଣ୍ଟା ପର୍ଯ୍ୟନ୍ତ ଚା ପିଅନ୍ତୁ ନାହିଁ ।

୩ . ବ୍ରଶ କରନ୍ତୁ ନାହିଁ : ଖାଇବାର ତୁରନ୍ତ ପରେ ବ୍ରଶ୍ କଲେ ଦାନ୍ତରୁ ଏନମେଲ୍ ବାହାରିଯାଏ । ଯାହା ଦାନ୍ତକୁ କ୍ଷୟ କରିବା ପାଇଁ ଯଥେଷ୍ଟ । ଏହାଛଡା ମିଠା କିମ୍ବା ଖଟା ଖାଇବା ପରେ ବ୍ରଶ୍ କଲେ ମଧ୍ୟ ଏନମେଲ୍ କମିଯାଇ ଦାନ୍ତ ଦୁର୍ବଳ ହେବା ହୋଇଯାଏ । ଏଣୁ ଖାଇବାର ଅଧଘଣ୍ଟା ପରେ ବ୍ରଶ୍ କଲେ ଭଲ ।

୪ . ଗାଧାନ୍ତୁ ନାହିଁ : ଖାଇବାର ତୁରନ୍ତ ପରେ ଗାଧୋଇଲେ ଶରୀର ଥଣ୍ଡା ହୋଇଯାଏ । ଯାହାର ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡେ । ହଜମଶକ୍ତି କମ୍ ହେବା ସହ ରକ୍ତ ସଞ୍ଚାଳନର ବେଗ ମଧ୍ୟ କମିଯାଏ । ହଜମ ନହେବା ଯୋଗୁଁ ଅପପୁଷ୍ଟି ମଧ୍ୟ ହୋଇଯାଏ । ଏଣୁ ତୁରନ୍ତ ନ ଗାଧୋଇ ଅଧଘଣ୍ଟା ପରେ ଗାଧୋଇବା ଭଲ ।

୫ . ବେଲ୍ଟ ଖୋଲନ୍ତୁ ନାହିଁ : ଖାଇବାର ତୁରନ୍ତ ପରେ ପେଟକୁ ଆରାମ ଦେବା ପାଇଁ ବେଲ୍ଟ ଖୋଲନ୍ତୁ ନାହିଁ । ଏହାଦ୍ୱାରା ହଜମକ୍ରିୟା ଉପରେ ଏହାର କୁପ୍ରଭାବ ପଡିପାରେ । ଏଣୁ ଖାଇବା ସଙ୍ଗେ ସଙ୍ଗେ ବେଲ୍ଟ ନ ଖୋଲି ଖାଇବା ପୂର୍ବରୁ ବେଲ୍ଟ ଖୋଲି ଖାଆନ୍ତୁ ।