ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ! ଜୁନ ମାସରୁ ହେବ କାର୍ଯ୍ୟକାରୀ ।

50

କନକ ବ୍ୟୁରୋ : ଆସନ୍ତା ଜୁନ ମାସରୁ କର୍ମଜୀବୀ ସାମ୍ବାଦିକ ମାନଙ୍କ ନିମନ୍ତେ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କର୍ମଜୀବୀ ସାମ୍ବାଦିକଙ୍କ ସମେତ ତାଙ୍କ ପରିବାରର ୫ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସହାୟତା ପାଇପାରିବେ ।

ସ୍ୱାସ୍ଥ୍ୟ ବୀମା କାର୍ଡ ଗୁଡ଼ିକ ସଂପୃକ୍ତ ସାମ୍ବାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବ । ହିତାଧିକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ବୀମା Identification Number ବ୍ୟବହାର କରି ଏହି ସୁବିଧା ୨୦୧୮ ଜୁନ ପହିଲାରୁ ପାଇପାରିବେ। ପ୍ରଥମ ପର୍ୟ୍ୟାୟରେ ୩,୨୩୩ ଜଣ ସାମ୍ବାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।