ଆସିଲା ୫ମ କରୋନା ଆକ୍ରାନ୍ତଙ୍କ ପୂରା ଗସ୍ତ ବିବରଣୀ । ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଯାଇଥିଲେ ପ୍ରଦୀପ୍ତ ଦଳବେହେରା

8,966

କନକ ବ୍ୟୁରୋ: ଆସିଲା ୫ମ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । କେଉଁଠି କେଉଁଠି ଯାଇଥିଲେ ଭୁବନେଶ୍ୱର ସୂର୍ଯ୍ୟନଗରର ୫ମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରା । ପ୍ରଦୀପ୍ତଙ୍କ ପୂରା ଟ୍ରାଭେଲ ହିଷ୍ଟ୍ରି ଦେଲା ସ୍ୱାସ୍ଥ୍ୟ ବିଭାଗ । ଟ୍ୱିଟ କରି ତାଙ୍କ ଗସ୍ତ ଉପରେ ତମାମ ବିବରଣୀ ଦେଲା ସ୍ୱାସ୍ଥ୍ୟ ବିଭାଗ । ତେବେ ନଜର ପକାନ୍ତୁ ଭୁବନେଶ୍ୱରର ୫ମ କରୋନା ଆକ୍ରାନ୍ତ କେଉଁ କେଉଁ ହସ୍ପିଟାଲ ଏବଂ କେଉଁ କେଉଁ କ୍ଲିନିକ ଯାଇଥିଲେ ଏବଂ କେତେ ତାରିଖରେ ସେ କେଉଁ ସ୍ଥାନ ଭ୍ରମଣ କରିଛନ୍ତି ।

ମାର୍ଚ୍ଚ ୫: ଥଣ୍ଡା ହେବାରୁ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ ଯାଇଥିଲେ । ମାର୍ଚ୍ଚ ୧୨: କାଶ ହେବାରୁ ପୁଣି ମହାଶକ୍ତି କ୍ଲିନିକ ଯାଇଥିଲେ । ମାର୍ଚ୍ଚ ୨୭: ନିଶ୍ୱାସରେ ଅସୁବିଧା ହେବାରୁ ସମ ହସ୍ପିଟାଲ ଓପିଡି ଯାଇଥିଲେ । ମାର୍ଚ୍ଚ ୨୮: ଏମ୍ସର ଓପିଡି ଯାଇ ଘରକୁ ଫେରିଥିଲେ । ମାର୍ଚ୍ଚ ୩୧: ନିଶ୍ୱାସରେ କଷ୍ଟ ହେବାରୁ ଏମ୍ସରେ ତାଙ୍କ ନମୂନା ପରୀକ୍ଷା ହୋଇଥିଲା ଆଉ ଶେଷରେ ଏପ୍ରିଲ ୧ରେ ନମୂନା ପଜିଟିଭ ଆସିଥିଲା ।

ତେବେ କିଛି ସମୟ ପୂର୍ବରୁ ରାଜ୍ୟ ସରକାର ୫ମ ଆକ୍ରାନ୍ତଙ୍କ ନାମ, ଠିକଣା ସାର୍ବଜନୀନ କରିଥିଲେ । ଉକ୍ତ ବ୍ୟକ୍ତି ବିଦେଶ ଯାଇନଥିଲେ କି କୌଣସି ସ୍ଥାନକୁ ଯାତ୍ରା କରି ନଥିଲେ । ତେଣୁ ଜନହିତ ପାଇଁ ତାଙ୍କ ପରିଚୟ ପ୍ରକାଶ କରିଥିଲେ । ମାର୍ଚ୍ଚ ୧ ପରେ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଙ୍ଗରୋଧରେ ରୁହନ୍ତୁ ବୋଲି କହିଥିଲେ ବିଏମସି କମିଶନର ।

ସେପଟେ ଆକ୍ରାନ୍ତ ରହୁଥିବା ଅଞ୍ଚଳରେ କଟକଣା ଲଗାଯାଇଛି । ଆକ୍ରାନ୍ତ ବ୍ୟକ୍ତି ରହୁଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନିଷିଦ୍ଧାଞ୍ଚଳକୁ ପ୍ରବେଶ- ପ୍ରସ୍ଥାନ ମନା । ଉକ୍ତ ଅଞ୍ଚଳରେ ବ୍ୟାରିକେଡ କରାଯିବ । ତେବେ ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର, ଗଙ୍ଗନଗରରୁ ଶିରିପୁର ଛକ ଏବଂ ଶିରିପୁରରୁ ପୁଣି ଗୋପବନ୍ଧୁ ଛକ ଯାଏଁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି ।