ଏକ ବର୍ଷରୁ କମ୍ ବୟସର ଶିଶୁ ପାଇଁ ଗାଈ କ୍ଷୀର ସେବନ ହୋଇପାରେ ହାନିକାରକ ! କାରଣ କ’ଣ ଜାଣନ୍ତୁ ।

705

ଗାଈ କ୍ଷୀରରେ ସବୁ ଉପାଦାନ ଭରପୁର ଥାଏ । ଏହା ଶରୀର ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏହାକୁ ପିଇଲେ ଶରୀର ସ୍ୱାସ୍ଥ୍ୟବାନ ରହିଥାଏ । ଏକ ରିପୋଟ୍ରରୁ ଏବେ ଜଣାପଡିଛି ଯେ, ଉପଯୋଗୀ ଗାଈ କ୍ଷୀର ବର୍ଷକରୁ କମ୍ ବୟସର ଶିଶୁଙ୍କ ପାଇଁ ହାନିକାରକ ହୋଇଥାଏ । କାରଣ ଏହା ଶିଶୁଙ୍କ ଠାରେ ଆଲର୍ଜି ସମସ୍ୟା ସୃଷ୍ଟି କରିଥାଏ । ଏହାସହ ଶ୍ୱାସ ଓ ହଜମ ପ୍ରକ୍ରିୟାରେ ମଧ୍ୟ ଦେଖାଦେଇଥାଏ । ଗାଈ କ୍ଷୀରରେ ଥିବା ପ୍ରୋଟିନକୁ ଶିଶୁ ହଜମ କରି ପାରେନାହିଁ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ।

ଜନ୍ମପରେ ମା’ କ୍ଷୀର ଖାଇନଥିବା ଶିଶୁକୁ ପ୍ରାରମ୍ଭିକ ଅବସ୍ଥାରେ ପୋଷଣର ବିକଳ୍ପ ଭାବେ ଯଦି ଗାଇଁ କ୍ଷୀର ଦିଆଯାଏ , ତେବେ ଶୈଶବରେ ସର୍ବଦା ଲୈାହସାର ଅଭାବ ଫଳରେ ରକ୍ତହୀନତାର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରାଚୀନ କାଳରୁ ଗାଈ କ୍ଷୀର ଆମ ସଂସ୍କୃତି ସହ ଓତଃପ୍ରୋତଃ ଭାବେ ଯୋଡି ହୋଇଥିଲେ ହେଁ , ୧ ବର୍ଷ ବୟସରୁ କମ୍ ଶିଶୁଙ୍କୁ ଏହାଦେବା ଅନୁଚିତ । ଶିଶୁର ଅପରିପକ୍ୱ କିଡନୀ ଏହା ଚାପ ପକାଇବାର ସମ୍ଭାବନା ଥାଏ । ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା କରାଏ ବୋଲି ଦାନୋନ୍ ଇଣ୍ଡିଆର ହେଲଥ ଆଣ୍ଡ ନ୍ୟୁଟ୍ରିସନ୍ ସାଇନ୍ସର ନନ୍ଦନ ଯୋଶୀ କହିଛନ୍ତି । ତେବେ ବଡ ପିଲା ଘରୋଇ ଖାଦ୍ୟ ସହିତ ଗାଇ କ୍ଷୀର ଖାଇପାରିବ । ୧ବର୍ଷ ବୟସ ନହେବା ପର୍ୟ୍ୟନ୍ତ ଶିଶୁକୁ ଆମିନୋ ଏସିଡ ଯୁକ୍ତ ଡବା ଖାଦ୍ୟ ଦେବା ଉଚିତ୍ ।

ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେର ତଥ୍ୟ ଅନୁସାରେ, ୪୦ ପ୍ରତିଶତ ପିଲାଙ୍କୁ ନିର୍ଦ୍ଧାରିତ ସମୟରେ କେବଳ କମ୍ପ୍ଲିମେଂଟାରୀ ଫୁଡ୍ ଦିଆଯାଇଥିବା ବେଳେ ୬ରୁ ୨୩ମାସ ମଧ୍ୟରେ ୧୦ ପ୍ରତିଶତ ପିଲା ପର୍ୟ୍ୟାପ୍ତ ଭୋଜନ ପାଇଥିଲେ । ଭାରତରେ ଶିଶୁଙ୍କୁ ଗାଈ କ୍ଷୀର ଖାଇବାକୁ ଦିଆଯାଏ । ବିଶେଷକରି ଗ୍ରାମାଂଚଳ ଲୋକଙ୍କ ମଧ୍ୟରେ ଏନେଇ ସଚେତନତାର ଅଭାବ ରହିଛି । ରାପିଡ୍ ସର୍ଭେ ଅନ୍ ଚିଲଡ୍ରେନ୍ ଅନୁସାରେ, ୪୨ ପ୍ରତିଶତ ୧ ବର୍ଷରୁ କମ୍ ବୟସର ଶିଶୁ ଗାଈ କ୍ଷୀର କିମ୍ବା ଅନ୍ୟ କ୍ଷୀର ଖାଉଥିବା ଜଣାପଡିଛି । ବିଶ୍ୱରେ ଆଲର୍ଜି ରୋଗ ଦ୍ରୁତ ବେଗରେ ମାଡିଚାଲିଛି । ବିକଶିତ ଦେଶମାନଙ୍କରେ ଏହି ଘଟଣା ବେଶୀ ଘଟୁଛି । ତେବେ ଭାରତରେ ମଧ୍ୟ ସମାନ ଭାବେ ବୃଦ୍ଦି ପାଉଛି ଅନୁରୂପ ଘଟଣା । କ୍ଷୀର ଆଲର୍ଜି ଶିଶୁ ଠାରେ ସବୁଠୁ ସାଧାରଣ ଆଲର୍ଜି ଭାବେ ପରିଚିତ ବୋଲି ଜୟପୁର ସ୍ଥିତ ସନ୍ତୋକବା ଦୁର୍ଲଭଜୀ ମେମୋରିଆଲ୍ ହସ୍ପିଟାଲର ପେଡିଆଟ୍ରିକ୍ ଗ୍ୟାସ୍ ଟ୍ରୋଏଣ୍ଟୋରୋଲୋଜିଷ୍ଟ ଲଳିତ ଭାରାଦିଆ କହିଛନ୍ତି ।

ପ୍ରାୟ ୩ ପ୍ରତିଶତ ପିଲା ପଶୁ କ୍ଷୀରରେ ଥିବା ପ୍ରୋଟିନକୁ ହଜମ କରି ପାରନ୍ତି ନାହିଁ । ମା’ କ୍ଷୀର ପାଇନଥିବା ଶିଶୁ ଠାରେ କ୍ଷୀର ଆଲର୍ଜି ଦେଖାଦେଲେ ତାର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପୋଷଣର ବିକଳ୍ପ ଆବଶୟକ । କ୍ଷୀର ଆଲର୍ଜି ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ ଉପରେ ପ୍ରଭାବ ପକାଇପାରେ – ଯଥା ତ୍ୱଚା ,ହଜମ ପ୍ରକ୍ରିୟା , ଶ୍ୱାସନଳୀ , ତ୍ୱଚା କୁଣ୍ଡାଇ ହୋଇ ଫଳିଯିବା , କେଜିମା , ବାନ୍ତି , ଡାଇରିଆ ,ପେଟ ବିନ୍ଧା ଓ ଅତ୍ୟଧିକ କାନ୍ଦିକା ଆଦି ସମସ୍ୟା ଦେଖାଦେଇଥାଏ ।