ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ବେଶି ଉପକାରୀ ପିଆଜ ! ମିଳିଥାଏ ୪ଟି ଫାଇଦା . . .

84

ପିଆଜରେ ଏଭଳି ଅନେକ ତତ୍ୱ ଉପଲବ୍ଧ ଥାଏ ଯାହା ପୁରୁଷମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପିଆଜ ଖାଇବାଦ୍ୱାରା ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ଦୂର ହୋଇଥାଏ । ଏହି ସହିତ ଅନେକ ପ୍ରକାର ସଂକ୍ରମିତ ରୋଗରୁ ମଧ୍ୟ ଶରୀରକୁ ସୁରକ୍ଷା ମିଳିଥାଏ । ପିଆଜ ଖାଇବାଦ୍ୱାରା ମଣିଷର ଆୟୁ ମଧ୍ୟ ବୃଦ୍ଧି ପାଇଥାଏ । ତେବେ ଏସଂପର୍କରେ ଆପଣଙ୍କୁ ପୂର୍ବରୁ ଜଣାଥିବ, ମାତ୍ର ଆସନ୍ତୁ ଜାଣିବା ପିଆଜର କିଛି ଏଭଳି ଗୁଣ ବିଷୟରେ ଯାହାଦ୍ୱାରା ବିଶେଷ କରି ପୁରୁଷମାନଙ୍କର କି ଫାଇଦା ମିଳିଥାଏ ।

• ଧଳା ପିଆଜ ରସରେ ଦୁଇ ଚାମଚ ମହୁ ମିଶାଇ ପିଇବାଦ୍ୱାରା ଦୁର୍ବଳତା ଦୂର ହୋଇଥିବା ସହ ଶରୀରକୁ ମଧ୍ୟ ଶକ୍ତି ମିଳିଥାଏ ।

• ଗୋଟିଏ ଚାମଚ ପିଆଜ ରସ, ଗୋଟିଏ ଚାମଚ ଅଦା ରସ ମିଶାଇ ପ୍ରତିଦିନ ସକାଳ ଏବଂ ସଂନ୍ଧ୍ୟାରେ ପିଅନ୍ତୁ । ଏହାଦ୍ୱାରା ଥକାପଣ, ଦୁର୍ବଳତା ଏବଂ ଅନ୍ୟାନ୍ୟ ସମସ୍ୟାମାନ ମଧ୍ୟ ଦୂର ହୋଇଥାଏ ।

• ପିଆଜକୁ କାଟି ତାକୁ ଘିଅରେ ହାଲକା ଭାବେ ଜାରି ଦିଅନ୍ତୁ ଏବଂ ତାକୁ ମହୁ ସହିତ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ସେବନ କରନ୍ତୁ । ଶରୀରକୁ ଶକ୍ତି ମିଳିଥାଏ ।

• ୧୦୦ ଗ୍ରାମ ପିଆଜ ରସକୁ ୧ଲିଟର ପାଣିରେ ମିଶାଇ ଫୁଟାଇ ଦିଅନ୍ତୁ ଏବଂ ଯେତେବେଳେ ସେ ଫୁଟି ଫୁଟି ଗୋଟିଏ ଗ୍ଲାସ୍ ହୋଇଯିବ ସେତେବେଳେ ତା ମଧ୍ୟରେ ଦୁଇ ଚାମଚ ମହୁ ମିଶାଇ ତାକୁ ସେବନ କରନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।