ପୋଦିନା ରସର ଔଷଧୀୟ ଗୁଣ ! ଜାଣନ୍ତୁ କେଉଁ ରୋଗରୁ କରିଥାଏ ରକ୍ଷା

123

ସ୍ୱାସ୍ଥ୍ୟ ପାଇଁ ତରଭୁଜ , ପଇଡ଼ ପାଣି, ଲେମ୍ବୁ ପାଣି ଓ ମିଶ୍ରି ପାଣି ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । ତେବେ ନିକଟରେ ଏକ ପରୀକ୍ଷରୁ ଜଣା ପଡିଛି ନିୟମିତ ଭାବେ ପୋଦିନା ରସ ପିଇବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ନଜର ପକାନ୍ତୁ ପୋଦିନା ପତ୍ରର ଔଷଧୀୟ ଗୁଣ ଉପରେ ।

– ଭିଟାମିନ୍‌-ଏ ଥିବାରୁ ପୋଦିନା ରସ ଚକ୍ଷୁ ପାଇଁ ମଧ୍ୟ ଉପକାରୀ ।

– ଦିନକୁ ୨ଥର ଏହି ପାନୀୟ ପିଇଲେ ଆର୍ଥ୍ରାଇଟିସ୍‌ ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଛି ।

– ପୋଦିନା ରସରେ ପୋଟାସିୟମ୍‌ ସଠିକ୍ ପରିମାଣରେ ଥିବାରୁ ତାହା ହୃଦରୋଗରୁ ରକ୍ଷା କରିଥାଏ ।

– ପୋଦିନା ରସ ରକ୍ତହୀନତାରୁ ରକ୍ଷା କରେ ।

– ଦିନକୁ ୨ଥର ପୋଦିନା ରସ ପିଇଲେ ଓଜନ ମଧ୍ୟ ନିୟନ୍ତ୍ରଣାଧୀନ ରହିଥାଏ ।

– ମେନଥୋଲ ନାମକ ତତ୍ତ୍ୱ ପୋଦିନା ରସରେ ଥିବାରୁ ଏହାକୁ ପିଇଲେ ମାଇଗ୍ରେନ୍‌ରୁ ରକ୍ଷା ମିଳିଥାଏ ।

– ପୋଦିନା ରସରେ ଆଣ୍ଟିସେପଟିକ୍‌ ଗୁଣ ପ୍ରଚୁର ପରିମାଣରେ ଥିବା କାରଣରୁ ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖେ ।

– ପୋଦିନାରେ ଭିଟାମିନ୍‌ ସି ଥିବାରୁ ଏହାକୁ ପିଇବା ଦ୍ୱାରା ଶୀଘ୍ର ଥକା ଲାଗିନଥାଏ ।

– ପ୍ରତିଦିନ ପୋଦିନା ରସ ପିଇଲେ ସ୍ମୃତି ଶକ୍ତି ବୃଦ୍ଧି ହୁଏ ।