ଘାସ ଦୂର କରେ ରୋଗ ! ମଧୁମେହ ଠାରୁ ଆରମ୍ଭ କରି ମେଦବହୁଳତା ପର୍ଯ୍ୟନ୍ତ ସବୁକୁ ମୂଳରୁ ନାଶ କରେ ଏହି ଘାସର ରସ ।

63

ନବରାତ୍ରୀ ସମୟରେ ଦୁର୍ଗାପୂଜା କରିବା ପାଇଁ ଲୋକମାନେ ଘରେ ଗହମର ମଞ୍ଜି ବୁଣି ଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ? ବୁଣା ସରିବା ପରେ ସେଥିରୁ ବାହାରୁଥିବା ଘାସରୁ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ ? ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ଗହମର ଘାସରେ ଭିଟାମିନ୍, କ୍ୟାଲସିୟମ, ଆଇରନ୍, ମିନେରାଲ୍ସ, ଏମିନୋ ଏସିଡ୍ ଏବଂ ପ୍ରୋଟିନ ରହିଥାଏ । ଯାହାକି ଅନେକ ରୋଗକୁ ନିୟନ୍ତ୍ରଣ କରିବା ସହ ରୋଗ ହେବା ଆଶଙ୍କାକୁ କମ କରିଥାଏ । ଏବେ ଆସନ୍ତୁ ଜାଣିବା ଗହମର ଘାସ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ…

୧. ଗହମର ଘାସରେ ଥିବା ବିଟା ଗ୍ଲୁକେନ୍ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ପରିଶ୍ରା ମାଧ୍ୟମରେ ବାହାରକୁ ବାହାର କରି ଦେଇଥାଏ । ଏହା ଦ୍ୱାରା ପେଟ ସବୁ ସମୟରେ ପୂରିବା ଭଳି ଅନୁଭବ ହୋଇଥାଏ । ଏପରି ହେବା ଦ୍ୱାରା ଆପଣ ଦରକାର ଠାରୁ ଅଧିକ ଖାଦ୍ୟ ଖାଆନ୍ତି ନାହିଁ । ଯାହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ।

୨. ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢ଼ିବାକୁ ଲାଗିଥାଏ ଏବଂ ହେମୋଗ୍ଲୋବିନ୍ର ସ୍ତର ଠିକ୍ ରହିଥାଏ । ଯାହାଦ୍ୱାରା ଏନେମିଆ ହେବାର ଆଶଙ୍କା କମ ହୋଇଥାଏ । ଏହା ଛଡ଼ା ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ।

୩. ଯଦି ଆପଣ ଶୀଘ୍ର ଥକି ଯାଉଛନ୍ତି । ତେବେ ଏହାର ରସ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ସକାଳ ସମୟରେ ଏହାର ଏକ ଗ୍ଲାସ ରସ ପିଇବା ଦ୍ୱାରା ସାରା ଦିନ ଆପଣଙ୍କ ଫୁର୍ତ୍ତି ଅନୁଭବ କରିବେ ।

୪. ଏଥିରେ ଥିବା ଭିଟାମିନ୍ ବି, ଏମିନୋ ଏସିଡ୍ ଏବଂ ଏନ୍ଜାଇମ୍ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ।

୫. ଗହମର ଘାସ ଶରୀରରେ ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।