ଶରୀର ପାଇଁ ମିଶ୍ରି ପାଣି କେତେ ଲାଭକାରୀ . . . . ଆସନ୍ତୁ ଜାଣିବା . . . .

346

ସାଧାରଣତଃ ଶରୀର ପାଇଁ ମିଶ୍ରି ପାଣି ଖୁବ୍ ଲାଭକାରୀ ଅଟେ । ମିଶ୍ରି ପାଣିକୁ ପ୍ରତିଦିନ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ସତେଜତା ମଧ୍ୟ ଅନୁଭବ ହୁଏ । ଏଥିସହିତ ମିଶ୍ରି ପାଣି ଶରୀରକୁ ଅନେକ ରୋଗ ସହ ଲଢିବାକୁ ଶକ୍ତି ମଧ୍ୟ ଦେଇଥାଏ । ଏହାର ସ୍ୱାଦ ମିଠା ହୋଇଥିଲେ ମଧ୍ୟ ଯଦି ଏହାକୁ ସନ୍ତୁଳିତ ମାତ୍ରାରେ ଗ୍ରହଣ କରାଯାଏ ତେବେ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସୁସ୍ୱାଦୁ ମିଶ୍ରିର ଔଷଧିୟ ଗୁଣ ସଂପର୍କରେ . . . .

• ରକ୍ତକୁ ଶୁଦ୍ଧ ରଖିବାପାଇଁ ଆପଣ ମିଶ୍ରି ପାଣିକୁ ବ୍ୟବହାର କରିପାରିବେ । ତେଣୁ ରାତିରେ ଗୋଟିଏ ଗ୍ଲାସ୍ ପାଣିରେ କିଛି ପରିମାଣରେ ମିଶ୍ରି ଖଣ୍ଡ ଭିଜାଇ ତାକୁ ସକାଳୁ ଉଠି ଖାଲି ପେଟରେ ପିଇବାଦ୍ୱାରା ରକ୍ତ ଶୁଦ୍ଧ ହୋଇଥାଏ ।

• ନିୟମିତ ଭାବେ ମିଶ୍ରି ପାଣି ପିଇବାଦ୍ୱାରା ତ୍ୱଚାରେ ଉଜ୍ଜଳତା ଆସିଥାଏ ।

• ଅନେକ ସମୟରେ ବିଭିନ୍ନ ଚାପ କିମ୍ବା ଅନ୍ୟ କୌଣସି କାରଣରୁ ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ ବା ମୁଣ୍ଡବିନ୍ଧା ହୋଇଥାଏ । ତେଣୁ ରାତିରେ ମିଶ୍ରିକୁ ପାଣିରେ ଭିଜାଇ ତାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ପିଇବାଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

• ମିଶ୍ରି ପାଣି ପିଇବାଦ୍ୱାରା ପେଟ ଥଣ୍ଡା ହୋଇଥାଏ । ଯାହାଦ୍ୱାରା ପେଟଜନିତ ବିଭିନ୍ନ ସମସ୍ୟା ତଥା ଜଳାପୋଡା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

• ଏହାବ୍ୟତୀତ ମିଶ୍ରିକୁ ଆପଣ ମାଉଥ୍ ଫ୍ରେସନର ଭାବେ ବ୍ୟବହାର କରିପାରିବେ । ଅର୍ଥାତ୍ ପାଟି ଦୁର୍ଗନ୍ଦ ଦୂର କରିବା ପାଇଁ ମିଶ୍ରିକୁ ଖାଇବାଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ତେବେ ଏଥିରେ ମଧ୍ୟ ଆପଣ ପାନମଧୁରୀ ମିଶାଇ ଆପଣ ଖାଇପାରିବେ ।

• ଏହା ନଂପୁସକତା ଭଳି ସମସ୍ୟାକୁ ଦୂର କରିଥାଏ । କ୍ଷୀର ସହିତ ମିଶ୍ରି ମିଶାଇ ସେବନ କରିବାଦ୍ୱାରା ଶରୀରର ଦୁର୍ବଳତା ଦୂର ହୋଇଥାଏ ।