କେବଳ ସ୍ୱାଦରେ ହିଁ ନୁହେଁ ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଏ ରସଗୋଲା : ଜଣ୍ଡିସ୍ ଠାରୁ ଆରମ୍ଭ କରି ହାଡକୁ ମଜବୁତ୍ କରିବା ପର୍ଯ୍ୟନ୍ତ ଜାଣନ୍ତୁ ଏହାର ଫାଇଦା

81

ସ୍ୱାଦିଷ୍ଟ ମିଠା ତ ବହୁତ ଗୁଡାଏ ଥାଏ, କିନ୍ତୁ ରସଗୋଲାର ମହତ୍ୱ ଅଲଗା । ସାଧାରଣତଃ ରସଗୋଲା ପ୍ରତ୍ୟେକଙ୍କୁ ବହୁତ ପସନ୍ଦ ହୋଇଥାଏ । କିନ୍ତୁ ସ୍ୱାସ୍ଥ୍ୟକୁ ନେଇ ସଜାଗ ରହୁଥିବା ଅଧିକାଂଶ ଲୋକ ଏହା ଭାବି ରସଗୋଲା ଠାରୁ ଦୂରେଇ ରୁହନ୍ତି କି ତାଙ୍କ ସ୍ୱାସ୍ଥ୍ୟ ଉପରେ ଭାରି ନପଡିଯାଏ । କିନ୍ତୁ ଏବେ ରସଗୋଲା ପ୍ରେମୀଙ୍କ ପାଇଁ ଏକ ଭଲ ଖବର । ରସଗୋଲା ଆପଣଙ୍କ ସ୍ୱାସ୍ଥ୍ୟ ସୁଧାରିବାରେ ମଧ୍ୟ ଆପଣଙ୍କ ସାହାଯ୍ୟ କରେ । ଖବର ମୁତାବକ, ରସଗୋଲାରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଲାକ୍ଟୋଏସିଡ ଓ କେସିନ୍ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଅର୍ଥାତ୍ ରସଗୋଲା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟବର୍ଦ୍ଧକ ମଧ୍ୟ । ଯାହାର ଅନେକ ଫାଇଦା ଅଛି ।

ରସଗୋଲାର ଫାଇଦା :

• ଯଦି ଆପଣ ଜଣ୍ଡିସ ରୋଗରେ ପୀଡିତ, ତେବେ ପ୍ରତିଦିନ ଧଳା ରସଗାଲାର ସେବନ କରନ୍ତୁ । ଏହାଦ୍ୱାରା ଜଣ୍ଡିସର ସମସ୍ୟା ବହୁତ ଶୀଘ୍ର ଠିକ୍ ହୋଇଯିବ ।

• ୟୁରିନ୍ ଇଂଫେକ୍ସନର ସମସ୍ୟାରୁ ମୁକ୍ତି ପାଇବା ପାଇଁ ରସଗୋଲାର ସେବନ ସକାଳେ ଓ ସନ୍ଧ୍ୟାରେ କରନ୍ତୁ ।

• ଆଖିରେ ଜଳାପୋଡା ବା ବ୍ୟଥା ହେଲେ ରସଗୋଲାର ସେବନ କରନ୍ତୁ । ଏହାର ସେବନ ଦ୍ୱାରା ଆଖିରେ ଜଳାପୋଡା ସମସ୍ୟା ରହିବନି ।

• ଯଦି କୈାଣସି ବ୍ୟକ୍ତିଙ୍କୁ ଥକାପଣ ଅନୁଭବ ହେଉଛି, ତେବେ ସେହି ବ୍ୟକ୍ତିଙ୍କୁ ରସଗୋଲାର ସେବନ ନିଶ୍ଚୟ କରିବା ଉଚିତ୍ ।

• ରସଗୋଲା ଛେନାରୁ ତିଆରି ହୋଇଥିବାରୁ ଏଥିରେ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ଥାଏ । ଯାହା ଶରୀରର ହାଡକୁ ମଜବୁତ୍ କରିଥାଏ ।