ମୂଳା ପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ ?

193

ମୂଳା ପତ୍ରରେ ଫୋଲିକ ଏସିଡ ପରି ଅନେକ ନ୍ୟୁଟ୍ରିଏଣ୍ଟସ ଭରାପୁର ମାତ୍ରାରେ ଥାଏ । ଏହାକୁ ସିଝାଇ ତରକାରି କରି କିମ୍ବା କେବଳ ଶାଗ କରି ଖାଇପାରିବେ । ଆପଣ ଚାହିଁଲେ ସାଲାଡରେ ମଧ୍ୟ ମୂଳା ପତ୍ର ସାମିଲ କରିପାରିବେ । ଡାଏଟିସିଆନଙ୍କ କହିବା ଅନୁସାରେ ମୂଳା ପତ୍ରର ତରକାରୀ କରିବା ସମୟରେ ସେଥିରେ ସ୍ୱାଦ ଅନୁସାରେ ଲେମ୍ବୁ ମିଶାନ୍ତୁ । ଏପରି କରିବା ଦ୍ୱାରା ଭିଟାମିନ ସି ର ମାତ୍ରା ବଢିବ ଓ ଲାଭ ମଧ୍ୟ ଅଧିକ ବଢିଯିବ ।
ଆସନ୍ତୁ ଜାଣିବା ମୂଳା ପତ୍ର ଖାଇବାର ୫ ଟି ଲାଭ-

୧. ମୂଳା ପତ୍ର ଖାଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ଜିନିଷ ବାହାରି ଆସେ ଓ ତ୍ୱଚାରେ ଚମକ ଆସିଯାଏ ।

୨. ମୂଳା ପତ୍ରରେ ଭରପୁର ମାତ୍ରାରେ ଫାଇବର ଥାଏ । ଏହାକୁ ଖାଇବା ଦ୍ୱାରା ପାଚନ କ୍ରିିୟା ବଢିଥାଏ ଓ କୋଷ୍ଟାକଠିନ୍ୟରୁ ମୁକ୍ତି ମିଳେ ।

୩. ମୂଳା ପତ୍ର ଖାଇବା ଦ୍ୱାରା ବ୍ଲଡ ସୁଗାର ମଧ୍ୟ ନିୟନ୍ତ୍ରିତ ହୁଏ ।

୪. ମୂଳା ପତ୍ରରେ ଆୟରନ, ଫସଫରସ ଆଦି ଥିବାରୁ ହେମୋଗ୍ଲୋବିନ ର ମାତ୍ରା ବଢେ ଓ ଶରୀରର ଦୁର୍ବଳତା ଦୂର କରେ ।

୫. ଏଥିରେ ଥିବା ଡାଇୟୁରୋଟିକ ଗୁଣ ମୂତ୍ର ସମ୍ମନ୍ଧୀୟ ଅସୁବିଧାରୁ ରକ୍ଷା କରିଥାଏ ।