ସପୁରିର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . .

83

ବାଡି ବଗିଚାର ରସାଳ ଫଳ ହେଉଛି ସପୁରି । ତେବେ ସପୁରି କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ ପାଇଁ ଏହାକୁ ସବୁଠାରୁ ଉପକାରୀ ଫଳ ମଧ୍ୟ କୁହାଯାଏ । ସପୁରିରେ ଭିଟାମିନ୍ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍ – ସି ପ୍ରଚୁର ପରିମାଣର ଅଛି । ଜାଣନ୍ତୁ ସପୁରୀର କିଛି ଔଷଧୀୟ ଗୁଣ . . . .

– ଦାନ୍ତମୂଳରୁ ରକ୍ତ ପଡୁଥିଲେ ଦିନରେ ବା ରାତିରେ ଖାଇବାର ଏକ ଘଂଟା ପୂର୍ବରୁ ସପୁରି ରସରେ କିଛି ଲୁଣ ପକାଇ ଖାଇଲେ ଏହା ଭଲ ହୋଇଥାଏ ।

– ୧୦୦ ଗ୍ରାମ୍ ସପୁରି ୫୦ କ୍ୟାଲୋରୀ ଶକ୍ତି ଯୋଗାଇଥାଏ । ଏହା ଖାଇବା ଦ୍ୱାରା କୋଲେଷ୍ଟେରଲ ବଢିବାର ଆଶଙ୍କା ନଥାଏ ।

– ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଂଚଳ ରଖିବା ପାଇଁ ସପୁରି ଖୁବ୍ ଉପଯୋଗୀ । ସେଥିପାଇଁ ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତାରୁ ଦୂରରେ ରହିବା ପାଇଁ ସପୁରି ରସ ପାନୀୟ ଭାବେ ଗ୍ରହଣ କରିବା ଉଚିତ୍ ।

– ସପୁରିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ରହିଥିବାରୁ ଏହା ହାଡକୁ ମଜଭୂତ କରିଥାଏ । ଦିନକୁ ଏକ କପ୍ ସପୁରି ରସ ପିଇଲେ ଶରୀର ଆବଶ୍ୟକ କରୁଥିବା ମ୍ୟାଗ୍ନେସିୟମା ୭୫% ମିଳିଥାଏ ।

– ହଜମ ଶକ୍ତି ବୃଦ୍ଧିରେ ସପୁରି ସହାୟକ ହୋଇଥାଏ ।

– ମଧୁମେୟ ପାଇଁ ସପୁରି ଉପଯୋଗୀ । ୧୦୦ଗ୍ରାମ୍ ସପୁରି ରସ ସହ ଅଁଳା ମଂଜି, ଜାମୁ ମଂଜିକୁ ୧୦ଗ୍ରାମ୍ ଲେଖାଏଁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିନକୁ ଦୁଇ ଥର ପିଇଲେ ମଧୁମେୟ ରୋଗ ଭଲ ହୋଇଥାଏ ।

– ପିଲାଙ୍କ ପେଟରେ କୃମି ହେଲେ ସପୁରି କନ୍ଦା ରସ ପିଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ ।

-ନିୟମିତ ସପୁରି ରସ ପାନୀୟ ଭାବେ ବ୍ୟବହାର କରୁଥିଲେ କେଶ ଓ ଚର୍ମ ସୁସ୍ଥ ଓ ଉଜ୍ଜଳ ରହିଥାଏ ।