କଠଉ : ଆମକୁ ଏହି ପ୍ରାଚୀନ ଭାରତୀୟ ଜୋତାର ଅଭ୍ୟାସ କାହିଁକି କରିବା ଉଚିତ୍ ? ଜାଣନ୍ତୁ ଏହାର ଲାଭ

503

କେବେ ଆପଣ ବିନା ଚପଲ ବା ଗୋଟେ ପ୍ରକାରର ଚପଲ ପିନ୍ଧି ବାହାରକୁ ଯିବା କଥା ଭାବିଛନ୍ତି କି? ଆଜିକାଲି କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ପୋଷାକର ରଙ୍ଗ ଅନୁଯାୟୀ ଚପଲ ପିନ୍ଧିଥାନ୍ତି । ଏହା ଆମ ଶରୀରରକୁ କ୍ଷତି ପହଞ୍ଚାଉଛି ବୋଲି ଜାଣି ମଧ୍ୟ ଟ୍ରେଣ୍ଡରେ ରହିବା ପାଇଁ ଲୋକମାନେ ନିଜ ସ୍ୱାସ୍ଥ୍ୟ କଥା ଭୁଲି ଯାଉଛନ୍ତି । ଆଜିକାଲି ବିଭିନ୍ନ କମ୍ପାନୀ ଏହି ସବୁ ଜିନିଷକୁ ବିକ୍ରି କରୁଥିବା ବେଳେ ଦିନକୁ ଦିନ ଲୋକମାନେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିବା ଆରମ୍ଭ କରୁଛନ୍ତି । ପ୍ରତି ଜିନିଷରେ କିଛି ଉପକାରିତା ଏବଂ ଅପକାରିତା ରହିଥିବା ବେଳେ ଆଜିକାଲି ମିଳୁଥିବା ଜିନିଷରେ ଉପକାରିତା କମ ଅପକାରିତା ଅଧିକ ରହିଛି । ଏବେ ଭିନ୍ନ ଭିନ୍ନ ପ୍ରକାରର ଜୋତା ବଜାରରେ ମିଳୁଥିବା ବେଳେ ପ୍ରାଚୀନ କାଳରେ ସମସ୍ତେ ଏକମାତ୍ର କଠଉକୁ ବ୍ୟବହାର କରୁଥିଲେ। ବିଶେଷ କରି ରାଜା-ମହାରାଜା ଏବଂ ଋଷି-ମୁନୀମାନେ କଠଉର ବ୍ୟବହାର ଅଧିକ ମାତ୍ରାରେ କରୁଥିଲ । ଏବେ ଏହାର ବ୍ୟବହାର ଖୁବ୍ କମ ହେଉଥିବା ବେଳେ ଆଜିକା ଦିନରେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ୍ ବୋଲି କୁହାଯାଇଛି । କଠଉ ପିନ୍ଧିବା ପରେ ଶରୀରକୁ ଅନେକ ଲାଭ ମିଳୁଥିବାରୁ କଠଉ ପିନ୍ଧିବା ସ୍ୱାସ୍ଥ୍ୟପାଇଁ ଭଲ ବୋଲି ଜଣାପଡ଼ିଛି । ତେବେ ଆସନ୍ତୁ ଜାଣିବା କଠଉ ପିନ୍ଧିଲେ ଶରୀରକୁ କ’ଣ ଲାଭ ମିଳିଥାଏ ।

• ଏହାକୁ ତିଆରି କରିବା ପାଇଁ କୌଣସି ପଶୁର ହତ୍ୟା କରାଯାଇ ନଥାଏ ।

• ଏହାକୁ ପିନ୍ଧିଲେ ଶରୀରର ମୁଦ୍ରା ସନ୍ତୁଳିତ ହୋଇ ରହିଥାଏ । ଶରୀରର ସନ୍ତୁଳନ ଓ ଅଙ୍ଗଭଙ୍ଗୀ ଠିକ୍ ରହିଥାଏ ଏବଂ ମେରୁଦଣ୍ଡ ବି ସିଧା ରହିଥାଏ । ।

• ଏହା ଥଣ୍ଡା ଅଂଚଳରେ ଭଲ ଇନସୁଲେଟରର କାମ କରେ ଓ ଆବଡାଖାବଡା ଅଂଚଳରେ ଆରାମ ଦାୟକ ହୋଇଥାଏ ।

• କଠଉ ପାଦରେ ସୁକ୍ଷ୍ମ ଆକ୍ୟୁପ୍ରେସର ବିନ୍ଦୁ ଗୁହିକ ଉପରେ ପର୍ଯ୍ୟାପ୍ତ ଚାପ ପ୍ରଦାନ କରିବାରେ ସହାୟତା କରେ ଯାହାକି ରକ୍ତଚାପ, ମାଂସପେଶୀ ଅବସାଦ, ପାଚନ କ୍ରିୟା ଠିକ୍ ରଖିବା, ଅକ୍ସିଜେନ୍ ର ବୃଦ୍ଧି, ଶରୀରରେ ବିଷାକ୍ତ ପଦାର୍ଥର ବିସର୍ଜନ କରିବାରେ ସାହାଯ୍ୟ କରେ ।

• ଏହା ପାଦର ମାଂସପେଶୀକୁ ଆଶ୍ୱସ୍ଥି ପ୍ରଦାନ କରେ ଯଦ୍ୱାରା ମାସନିକ ସ୍ୱାସ୍ଥ୍ୟ ଶାନ୍ତ ରହେ ।