ପ୍ରତିରୋଧକ ଶକ୍ତି ବଢ଼ାଏ ଆମ୍ବ ! ସୁଗାର ସ୍ତର ମଧ୍ୟ ନିୟନ୍ତ୍ରିତ ରହେ . . .

163

ଫଳର ରାଜା ଅଟେ ଆମ୍ବ । ପାଚିଲା ଆମ୍ବ ଅତ୍ୟନ୍ତ ସୁସ୍ୱାଦୁ । କଞ୍ଚା ଆମ୍ବରେ ମଧ୍ୟ ଚଟଣି ଓ ଆଚାର କରି କରାଯାଏ । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଆମ୍ବ ଖାଇବା ପାଇଁ ପ୍ରାୟ ସମସ୍ତେ ଭଲପାଆନ୍ତି । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । ଦୋଳପୂର୍ଣ୍ଣିମାର କିଛି ଦିନ ପରେ କଷି ଆମ୍ବ ସହ ପଖାଳ ଖାଇବାର ସ୍ୱାଦ ନିଆରା । ଟାକୁଆ ଧରି ବଡ ହେବା ପରେ କଞ୍ଚା ଆମ୍ବକୁ ଖଟା କରାଯାଇଥାଏ । ଚଟଣୀ ଓ ଖଟା ବାଦ କଞ୍ଚା ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ତେବେ ଆସନ୍ତୁ ଜାଣିବା କଞ୍ଚା ଆମ୍ବର ଉପକାରିତା ସମ୍ବନ୍ଧରେ…

– ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି ତେବେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ ହୋଇଥାଏ । ପେଟରେ ସମସ୍ତ ପ୍ରକାର ବିକାର ଦୂର ହୋଇଥାଏ ।

– କଞ୍ଚା ଆମ୍ବ ନିୟମିତ ଖାଇବା ଫଳରେ ତ୍ୱଚା ଉଜ୍ୱଳ ହୁଏ ।

– ମଧୁମେହ ରୋଗରେ ପୀଡିତ ହୋଇଥିଲେ କଞ୍ଚା ଆମ୍ବ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର କମ ହୋଇଯିବ । ଶରୀରରେ ଆଇରନ ଅଭାବ ରହିଥିଲେ ତାହା ମଧ୍ୟ ପୂରଣ ହୋଇପାରିବ ।

– ଏଥିରେ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି, ଯାହାକି ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ ରଖିଥାଏ ।

– ଯଦି ଆପଣ ବିଷଦଗ୍ରସ୍ତ ତେବେ କଞ୍ଚା ଆମ୍ବ ଚଟଣୀ ବା ଅନ୍ୟ ରୂପରେ ଏହାକୁ ଏହାକୁ ଖାଇପାରିବେ ।