ଜିରା ଓ ଗୁଡ ମିଶ୍ରିତ ପାଣି କରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର : ମୁଣ୍ଡ ବ୍ୟଥା, ପେଟ ଯନ୍ତ୍ରଣା ବ୍ୟତୀତ ଆହୁରି ସମସ୍ୟାରେ ହୁଏ ଲାଭପ୍ରଦ
ଜିରା ଓ ଗୁଡର ମିଶ୍ରିତ ପାଣିକୁ ପିଇଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ରହେ ନାହିଁ।
ଗୁଡ ଓ ଜିରା ଏଭଳି ଦୁଇଟି ସାମଗ୍ରୀ,ଯାହା ଆମର ରୋଷେଇ ଘରେ ଥାଏ। ଜିରା ଏକ ମସଲା ଭାବେ ବ୍ୟବହୃତ ହୋଇଥାଏ। ଅନ୍ୟ ପକ୍ଷରେ ଗୁଡକୁ ଆମେ ଖଟାରେ ପ୍ରୟୋଗ କରିଥାଉ। ଏପରିକି ଚୁଡାରେ ଗୁଡ ମିଶାଇ ଖାଇଥାଉ।
Kanak News is now on WhatsApp
Join and get latest news updates delivered to you via WhatsApp
ଜିରା ଓ ଗୁଡର ମିଶ୍ରିତ ପାଣିକୁ ପିଇଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ରହେ ନାହିଁ। ଏବେ ଆସନ୍ତୁ ଜାଣିବା ଗୁଡ ଜିରା ପାଣି ପିଇବା ଫଳରେ କେଉଁସବୁ ରୋଗ ଭଲ ହୋଇଥାଏ। ଯେଉଁମାନେ ପେଟରେ ଗଣ୍ଡଗୋଳ ଥାଏ ବା କୋଷ୍ଠକାଠିନ୍ୟତା, ପେଟ ଫୁଲା ଓ ପେଟ ଯନ୍ତ୍ରଣା ଭଳି ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ସେମାନେ ଗୁଡ ଜିରା ପାଣି ପିଇବା ଉଚିତ । ବ୍ୟାକପେନ୍ ଓ ଅଣ୍ଟାରେ ଯନ୍ତ୍ରଣା ଭଳି ସମସ୍ୟା ଥିଲେ ବି ଗୁଡ ଜିରା ମିଶ୍ରିତ ଜଳ ପିଇବା ଭଲ।
ଏହା ଛଡା ମାସିକ ଋତୁସ୍ରାବ ଜନିତ ସମସ୍ୟା ଦେଖା ଦେଉଥିଲେ ଗୁଡ ଓ ଜିରାକୁ ପାଣିରେ ମିଶାଇ ପିଇବା ଆବଶ୍ୟକ। ମୁଣ୍ଡବିନ୍ଧାରୁ ମଧ୍ୟ ଗୁଡ ଜିରା ପାଣି ଆଶ୍ୱସ୍ତି ଦେଇଥାଏ। ଜିରା-ଗୁଡ ଜଳ ପିଇଲେ ଜ୍ୱର ବି ଭଲ ହୋଇଥାଏ। ସବୁଠୁ ବଡ଼ କଥା ହେଲା ଏହାକୁ ସେବନ କରିଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।