ଗରମ ଦିନରେ ପିଅନ୍ତୁ ବେଲ ପଣା ! ଜାଣନ୍ତୁ କ’ଣ ମିଳିବ ଲାଭ

187

ଔଷଧୀୟ ଗୁଣରେ ଭରପୁର ବେଲ ପେଟ ସମ୍ମନ୍ଧୀୟ ରୋଗ ପାଇଁ ଅବ୍ୟର୍ଥ ଉପଚାର । ଖାସକରି ଗରମ ଦିନରେ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ବେଲ ପଣା । ଆସନ୍ତୁ ଜାଣିବା ବେଲ ପଣା ପିଇବା ଦ୍ୱାରା କ’ଣ ଲାଭ ମିଳେ ।

୧. ଗରମରେ ଲୁ ରୁ ବଞ୍ଚାଇଥାଏ 
– ବେଲ ପେଟ ରୋଗକୁ ଦୂର କରେ । ଏହାସହ ଅନ୍ତନଳୀକୁ ମଧ୍ୟ ସଫା ରଖିବାରେ ସହାଯ୍ୟ କରେ । କୋଷ୍ଠକାଠିନ୍ୟ, ଅଲସର ଆଦିରୁ ର୪ା କରେ ବେଲ ପଣା ।
– ଗରମ ଦିନରେ ଲୁରୁ ବଞ୍ଚିବା ପାଇଁ ବେଲ ପଣା ବହୁତ ଉପକାରେୀ ।

୨.ଯକୃତ ପାଇଁ ଲାଭଦାୟକ

 – ଗରମ ନଦିନରେ ସବୁବେଳେ ଶରୀରରେ ଜଳିବା ଅନୁଭବ ହୁଏ । ଏଥିପାଇଁ କଞ୍ଚା ବଲେକୁ ଫଟାଇ ରାଶି ତେଲରେ ମିଶାଇ ରଖନ୍ତୁ । ଏବେ ଏହାକୁ ଶରୀରରେ ମାଲିସ କରନ୍ତୁ, ଆପଣଙ୍କୁ ଥଣ୍ଡା ଅନୁଭୂତ ହେବ ।

୩.ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରେ 

– ବେଲ ପତ୍ର ଉଚ୍ଚ ରକ୍ତଚାପକୁ କମ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ବେଲପତ୍ରକୁ ପାଣିରେ ସିଝାଇ ତାକୁ ଛାଣି ତା’ର ପାଣି ପିଅନ୍ତୁ । ରକ୍ତଚାପ ନିୟନ୍ତ୍ରଣକୁ ଆସିବ ।