ପିଜୁଳି ପତ୍ରର ଔଷଧୀୟ ଗୁଣ ! ଅନେକ ରୋଗ ପାଇଁ ରାମବାଣ ପରି କରିଥାଏ କାମ

67

ପିଜୁଳି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ । ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବଯ ଫାଇବର୍ ଭରପୁର ଥାଏ । ପେଟ ସମ୍ବନ୍ଧୀୟ ଅନେକ ରୋଗ ପିଜୁଳି ଖାଇଲେ ଭଲ ହୋଇଥାଏ । ତେବେ ଏହାର ପତ୍ର ମଧ୍ୟ କିଛି କମ୍ ଗୁଣକାରୀ ନୁହେଁ । ଏହା ମୁହଁରୁ ଆରମ୍ଭ କରି ପେଟ ପର୍ଯ୍ୟନ୍ତ ଅନେକ ରୋଗ ପାଇଁ ରାମ ବାଣ ପରି କାମ କରିଥାଏ । ନିକଟରେ ଭାଗଲପୁରର ସ୍ଥାନୀୟ ଏକ ଆୟୁର୍ବେଦିକ କଲେଜର ଜଣେ ପ୍ରଫେସର୍ ଏହି ପତ୍ରର ଅନେକ ଫାଇଦା ବିଷୟରେ ଜଣାଇଛନ୍ତି ।

• ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର କାଢା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ । ଏହାର ଲଗାତାର ସେବନ ଶରୀରରେ ଇନସୁଲିନର ସ୍ତରକୁ ନବଢାଇ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ ।

• ଏହା ଦାନ୍ତ ଓ ମାଢି ସମ୍ବନ୍ଧୀୟ ଅନେକ ରୋଗକୁ ଭଲ କରିଥାଏ ।

• ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ ।

• ଚୁଟି ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର । ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ ।

• ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ ।

• ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ । ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ କରିଥାଏ ।

• ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ । ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।