ପ୍ରତିଦିନ ଖାଆନ୍ତୁ ଗ୍ରୀନ୍ ମଟର ! ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ମିଳିବ ଏହି ୪ଟି ଲାଭ

379

29-foods-prevent-cancer-peasଅଧିକାଂଶ ଲୋକ ଭାବନ୍ତି କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଗ୍ରୀନ୍ ମଟର ବ୍ୟବହାର କରାଯାଏ । ଆପଣ ମଧ୍ୟ ଯଦି ଏପରି ଭାବୁଥାନ୍ତି ତେବେ ଏହା ଭୁଲ୍ । ମଟର କେବଳ ଖାଦ୍ୟରେ ସ୍ୱାଦ ବଢାଇନଥାଏ ବରଂ ଭିଟାମିନ୍ ଏବଂ ମିନେରାଲରେ ଭରପୁର ମଟର । କେବଳ ସ୍ୱାସ୍ଥ୍ୟ ନୁହେଁ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହେଉଛି ଗ୍ରୀନ୍ ମଟର । ଏବେ ନଜର ପକାନ୍ତୁ ମଟରର ଉପକାରିତା ଉପରେ ।

ପୋଷକ ତତ୍ୱରେ ଭରପୁର ମଟର :
ମଟରରେ ପ୍ରୋଟିନ୍ ଏବଂ ଫାଇବର୍ ପ୍ରଚୁର ପରିମାଣ ଥାଏ । ତେଣୁ ପ୍ରତିଦିନ ଗ୍ରୀନ୍ ମଟର ଖାଇଲେ ଶରୀରରେ ପୋଷକ ତତ୍ୱ ବଢିଥାଏ ।

Screen-Shot-2014-04-03-at-12.37.40-PMରୋଗ ପ୍ରତିରୋଧକ କ୍ଷମତା ବଢିଥାଏ :
ମଟରରେ ଆଇରନ୍, ଜିଙ୍କ୍ , କପର୍ ଏବଂ ମାଙ୍ଗାନିଜ୍ ଭରପୁର ଥାଏ । ଯାହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଏଥିରେ ଆଂଟି ଅକ୍ସିଡେଂଟ୍ ମଧ୍ୟ ଥାଏ । ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ଫଳରେ ବିଭିନ୍ନ ପ୍ରକାର ରୋଗରୁ ଶରୀର ମୁକ୍ତ ରହିଥାଏ ।

ସୁଗାରକୁ ନିୟନ୍ତ୍ରିତ କରିଥାଏ :
ନିୟମିତ ମଟର ଖାଇଲେ ଶରୀରରେ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ । ଯାହା ଦ୍ୱାରା ମଧୁମେହ ହେବାର ଆଶଙ୍କା କମ୍ ଥାଏ ।

ହାଡ଼ ମଜଭୂତ ହୋଇଥାଏ :
ମଟରରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ଏବଂ ଜିଙ୍କ୍ ରହିଥାଏ । ଯାହା ହାଡକୁ ମଜଭୂତ ରଖିବାରେ ସାହାଯ୍ୟ କରିଥାଏ ।