କଞ୍ଚାଲଙ୍କାର ଉପକାରିତା ବିଷୟରେ ଜାଣନ୍ତୁ . . . .

36

କଞ୍ଚାଲଙ୍କାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ଯେପରିକି ଭିଟାମିନ୍‌ -ଏ, ଭିଟାମିନ୍‌-ବି୬, ଆଇରନ୍‌, କପର, ପୋଟାସିୟମ, ପ୍ରୋଟିନ୍‌ ଏବଂ କାର୍ବୋହାଇଡ଼୍ରେଟ୍‌ ଇତ୍ୟାଦି । ପ୍ରତି ଘର ମାନଙ୍କରେ ଖାଦ୍ୟର ସ୍ୱାଦ ବଢ଼ାଇବାକୁ ନେଇ ବ୍ୟବହାର କରାଯାଉଥିବା ବେଳେ ଏହାର ନିୟନ୍ତ୍ରଣ ମୁତାବକ ସେବନ ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ୱନ୍ଧିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

୧. ଭିଟାମିନ୍‌ କମ୍‌ ହେବାରୁ ବଞ୍ଚାଏ ।

୨. ହଜମ ପ୍ରକିୟା ତ୍ୱରାନ୍ୱିତ କରିଥାଏ । ଶରୀରକୁ ବ୍ୟାକ୍ଟରିଆରୁ ମଧ୍ୟ ମୁକ୍ତ କରିଥାଏ ।

୩. ଆଖି ଏବଂ ତ୍ୱଚା ପାଇଁ ଏଥିରେ ଥିବା ଭିଟାମିନ୍‌ ଏ ବିଶେଷ ଭାବେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

୪. ଏହା ରକ୍ତରେ ଶର୍କରା କମାଇବାରେ ସହାୟକ ହୋଇଥାଏ ।

୫. ମୁଡ଼ ଠିକ୍‌ ରହିବାରେ ବିଶେଷ ଭାବେ ଫଳପ୍ରଦ ହୋଇଥାଏ ଓ ଫୁସଫୁସ୍‌ ଜନିତ କର୍କଟରୁ ମଧ୍ୟ ଏହା ବଞ୍ଚାଇଥାଏ ।