ଆପଣଙ୍କ ଶିଶୁର ମସ୍ତିଷ୍କ ହେବ ତେଜ, ଖାଦ୍ୟରେ ପ୍ରତିଦିନ ବ୍ୟବହାର କରନ୍ତୁ ବିଟ ।

59

ବିଟ ସମଗ୍ର ଭାରତରେ ମିଳିଥାଏ । ମାଟିତଳେ ଏହି ବିଟ ହୋଇଥାଏ । ଏହାକୁ ସଲାଡ ଭଳି ଖିଆଯାଇଥାଏ । ଶାସ୍ତ୍ରରେ ବିଟ ଶନିଗ୍ରହ ବୋଲି ମାନ୍ୟତା ରହିଛି । ବିଟ ଖାଇବା ଦ୍ୱାରା ଶନି ବଳବାନ ରହିଥାଆନ୍ତି ଏବଂ ବିଟ ଦାନ କରିବା ଦ୍ୱାରା ଶନିଙ୍କ ପ୍ରକୋପରୁ ରକ୍ଷା ମିଳିଥାଏ । ଶିଶୁମାନଙ୍କୁ ବିଟ ଖୁଆଇବା ଉଚିତ । ବିଟରସକୁ କାନ ପାଖରେ ମାଲିସ କରନ୍ତୁ ଏବଂ ଏହାର ଉଷୁମ ଥିବା ରସକୁ ପିଆନ୍ତୁ । ଏଭଳି କରିବାଦ୍ୱାରା ଶିଶୁ ମାନଙ୍କ ମସ୍ତିଷ୍କ ତେଜ ହୋଇଥାଏ ।

କେଶକୁ ଘନ କରିବାରେ ସହାୟକ ହୁଏ ବିଟ । ଶନି ଦୁର୍ବଳ ହେଲେ କେଶ ଘନ ହୋଇନଥାଏ । ଏହିକାରଣରୁ କେଶ ଉପୁଡେ, ମାତ୍ର କେଶକୁ ଘନ କରିବା ପାଇଁ ଆପଣ ବିଟର ପ୍ରୟୋଗ କରନ୍ତୁ । ଏହାବ୍ୟତୀତ ବିଟ ରସକୁ ମୁଣ୍ଡର କେଶ ନଥିବା ସ୍ଥାନରେ ମାଲିସ କରିବା ଦ୍ୱାରା ସେଠାରେ କେଶ ଉତ୍ପନ୍ନ ହୋଇଥାଏ । ପ୍ରତିଦିନ କେଶରେ ଅଁଳା ରସ ମିଶାଇ ମାଲିସ କରିବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିବ ।

ବିଟ ରକ୍ତ ଅଭାବକୁ ଦୂର କରିଥାଏ । ତେଣୁ ବିଟ ଖାଇବାଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ପାଇଥାଏ, କାରଣ ଏହା ଲିଭରକୁ ଶୋଧିତ କରେ ଯାହାଫଳରେ ରକ୍ତ କଚ୍ଚିକା ସୃଷ୍ଟି ହୋଇଥାଏ ।

ଶିଶୁଙ୍କ ଦାନ୍ତରେ ଯନ୍ତ୍ରଣା ହେଉଥିଲେ ବିଟରସକୁ ପାଟିରେ ରଖି ଦାନ୍ତ ଚାରିପଟେ ବୁଲାଇ କୁଳି କରିବା ଦ୍ୱାରା ଉପଶମ ମିଳିଥାଏ । ଯଦି ଆପଣଙ୍କର ମାଇଗ୍ରେନ ଭଳି ସମସ୍ୟା ଅଛି ତେବେ ବିଟ ରସକୁ ହାଲୁକା ଗରମ କରି ନାକରେ ପକାନ୍ତୁ ଖୁବ ଶୀଘ୍ର ମାଇଗ୍ରେନ ଭଳି ଯନ୍ତ୍ରଣାରୁ ଆପଣଙ୍କୁ ଉପଶମ ମିଳିବ ।

ବିଟ କେବଳ ଆନିମିଆ କିମ୍ବା ମାଇଗ୍ରେନ ସମସ୍ୟା ଦୂର କରେ ନାହିଁ ବରଂ ଏହାଦ୍ୱାରା ହୃଦୟ ମଧ୍ୟ ସୁସ୍ଥ ରହେ । ବିଟରସ ହୃଦଜନିତ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କର ବ୍ୟାୟାମ କରିବା କ୍ଷମତାକୁ ବୃଦ୍ଧି କରାଇଥାଏ ।