ପ୍ରତିଦିନ ପିଅନ୍ତୁ ଚାରି କପ୍ କଫି, କମ୍ ହୋଇପାରେ ମଧୁମେହର ଆଶଙ୍କା

ପ୍ରତିଦିନ ତିନି ଚାରି କପ୍ କଫି ପିଇଲେ ମଧୁମେହର ଆଶଙ୍କା କମ୍ ହୁଏ : ସର୍ଭେ ରିପୋର୍ଟ

86

ପ୍ରତିଦିନ ତିନି ଚାରି କପ୍ କଫି ପିଇଲେ ଡାଇବେଟିସ୍ ଟାଇପ୍-୨ର ଆଶଙ୍କା ୨୫ ପ୍ରତିଶତ ହ୍ରାସ ହୋଇଥାଏ ବୋଲି ଜଣାଯାଇଛି। ଏହା ଏକ ଗବେଷଣାରୁ ଜଣାଯାଇଛି। ଯେ ଇନଷ୍ଟିଚ୍ୟୁଟ୍ ଫର୍ ସାଇଣ୍ଟିଫିକ୍ ଇନଫର୍ମେସନ୍ ଅନ୍ କଫି (ଆଇଏସଆଇସି)ର ରିପୋର୍ଟରେ କୁହାଯାଇଛି ଯେ କଫି ସେବନ ଓ ମଧୁମେହ ମଧ୍ୟରେ ରହିଛି ନିବିଡ ସଂପର୍କ।

ଏହି ଗବେଷଣାରେ କୁହାଯାଇଛି ଯେ, ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ କଫି ସେବନ ଭଲ। କଫିନ୍ ରହିତ କଫି ପିଇଲେ ମଧ୍ୟ ଏହି ପ୍ରଭାବ ପରିଲକ୍ଷିତ ହୋଇଥାଏ। ସ୍ୱିଡେନର କାରୋଲିଂସ୍କୋ ଇନଷ୍ଟିଚ୍ୟୁଟର ଆସୋସିଏଟ୍ ପ୍ରଫେସର୍ ମେଟ୍ଟିୟମ୍ ବାଲଷ୍ଟ୍ରୋମ୍ କହିଛନ୍ତି ଯେ, କେବଳ କଫିନ୍ ନୁହେଁ, ବରଂ ହାଇଡ୍ରୋକ୍ସି ସିନେମିକ୍ ଏସିଡସ କାରଣରୁ ଏଭଳି ପ୍ରଭାବ ଦେଖିବାକୁ ମିଳିଥାଏ। ଏହି ଗବେଷଣାରେ ମୋଟ୍ ୧ କୋଟି ୧୧ ଲକ୍ଷ ୫୮ ହଜାର ୨୧୦ ଜଣ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ। ଏଥିରେ ୩୦ଟି ସମ୍ଭାବିତ ଅଧ୍ୟୟନର ସମୀକ୍ଷା କରାଯାଇଥିଲା।