ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ତମ୍ବାପାତ୍ରରେ ଥିବା ଜଳ ! ଅନେକ ରୋଗ ପାଇଁ ରାମବାଣ ପରି କରିଥାଏ କାମ

238

drinking water Copper Vesselଆୟୁର୍ବେଦରେ କୁହାଯାଇଛି ପଂଚଧାତୁରେ ନିର୍ମିତ ବାସନରେ ଖାଦ୍ୟ ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । ବିଜ୍ଞାନ ମଧ୍ୟ ଏହା ସହ ସହମତ ହୋଇଛି । ସେହି ହିସାବରେ ତମ୍ବା ବାସନରେ ମଧ୍ୟ ସେମିତି କିଛି ବିଶେଷତ୍ୱ ରହିଛି । ଏଥିରେ ପାଣି ରଖି ପିଇଲେ ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ତମ୍ବାପାତ୍ରରେ ଥିବା ପାଣି ପିଇଲେ ଶରୀରର ଅନେକ ରୋଗ ବିନା ଔଷଧରେ ଠିକ୍ ହୋଇଯାଏ । ସିଧା ସଳଖ କହିବାକୁ କହିବାକୁ ଗଲେ ରୋଗପାଇଁ ରାମବାଣ ହେଉଛି ତାମ୍ରଜଳ । ଏବେ ନଜର ପକାନ୍ତୁ ତାମ୍ରଜଳ ପିଇଲେ କେଉଁ ରୋଗ ଭଲ ହୋଇଥାଏ  ।

Health-benfits-fo-drinking-water-from-a-copper-vessel– ତମ୍ବା ବା କପରରେ ପାଣି ପିଇବା ଦ୍ୱାରା ଶରୀରେ ଥିବା ତମ୍ୱାର ଅଭାବ ପୁରା ହୋଇଥାଏ । ଏହାଫଳରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆଠାରୁ ଶରୀରକୁ ରକ୍ଷା ମିଳିଥାଏ।

– ତମ୍ବା ପାତ୍ରରେ ଥିବା ଜଳକୁ ବିଶୁଦ୍ଧ ବୋଲି କୁହାଯାଏ । ଡାଇରିଆ ଏବଂ ପିଲିଆ ଭଳି ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ ଅନ୍ତ କରିଥାଏ ତାମ୍ରଜଳ ।

– ଏକ ରିପୋର୍ଟ ଅନୁସାରେ, ତମ୍ବା ପାତ୍ରରେ ଥିବା ଜଳରେ କ୍ୟାନ୍ସର ବିରୋଧୀ ତତ୍ୱ ଥାଏ ଯାହାକି କ୍ୟାନ୍ସର ପରି ରୋଗସହ ଲଢ଼ଇବା ପାଇଁ ବେଶ ସହାୟକ ହୋଇଥାଏ । ଶରୀରରେ କ୍ୟାନ୍ସର ଆରମ୍ଭ ହେବାକୁ ଦେଇ ନଥାଏ ତାମ୍ର ଜଳ ।

– ଅତିକମ୍‌ରେ ୮ଘଣ୍ଟା ଧରି ତାମ୍ରପାତ୍ରରେ ରହିଥିବା ପାଣି ସମସ୍ତ ପ୍ରକାର ପେଟରୋଗ ପାଇଁ ବେଶ୍ ଲାଭଦାୟକ ହେଉଛି ତାମ୍ର ଜଳ । ପ୍ରତିଦିନ ଏହି ପାଣି ପିଇବା ଦ୍ୱାରା ପେଟ କଷ୍ଟ, ଗ୍ୟାସ୍, ଏସିଡିଟି ଏବହ କବଜ ଭଳି ରୋଗରୁ ମୁକ୍ତି ମିଳିଥାଏ ।

copper– ଏହି ପାଣି ଗଣ୍ଠିବାତ ଜନିତ ରୋଗରୁ ମୁକ୍ତି ଦେଇଥାଏ । ତମ୍ବା ପାତ୍ରରେ ଥିବା ଜଳ ଶରୀରରେ ୟୁରିକ ଏସିଡ଼କୁ କମ୍‌ କରିଥାଏ । ଯାହାଫଳରେ ଆଣ୍ଠୁଗଣ୍ଠି ଜନିତ ରୋଗରୁ ଉପଶମ ମିଳିଥାଏ ।

– ଏନିମିଆ ଅଥବା ରକ୍ତହିନତା ପରି ରୋଗରୁ ତିରିଶ ବର୍ଷରୁ ଅଧିକ ମହିଳାମାନଙ୍କ ପାଇଁ ଏକ ସାମାନ୍ୟ ସମସ୍ୟା ଭାବେ ଦେଖାଯାଇଥାଏ । ଏହି ରୋଗୀମାନେ ଏହି ଜଳକୁ ନିୟମିତ ସେବନ କରିବା ଉଚିତ୍‌ ।

– ତାମ୍ରଜଳ କଫ, ପିତ୍ତ ଏବଂ ବାତ ପରି ସମସ୍ୟା ଦୂର କରିଥାଏ । ଏହା ସହ ଲିଭର୍ ଏବଂ କିଡନୀକୁ ସୁସ୍ଥ ରଖିଥାଏ ଏହି ପାଣି ।

Copper-Vessel-1 (1)– ତମ୍ବା ପାତ୍ରରେ ଥିବା ପାଣି ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇନଥାଏ । ଏହି ପାଣି ମୁହଁରେ ବ୍ରଣ ହେବାକୁ ଦିଏ ନାହିଁ । ଏହା ସହ ତ୍ୱଚା ଉଜ୍ଜଳ ଦେଖାଯାଇଥାଏ  ।

– ପାଚନ ସମ୍ପନ୍ଧୀୟ ଅସୁବିଧାକୁ ଦୂର କରିବା ପାଇଁ ବେଶ ଭଲ ଉପାୟ ହେଉଛି ତାମ୍ରଜଳ ସେବନ । ଏହି ଜଳ ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ରକ୍ତ ଚାପକୁ ନିୟନ୍ତ୍ରିତ କରିବା ସହ ଖରାପ କୋଲେଷ୍ଟ୍ରଲକୁ କମ୍ କରିଥାଏ । ଏହା ସହ ଏହି ପାଣି ହାର୍ଟ ଆଟାକ୍ ବିପଦକୁ ମଧ୍ୟ କମ୍ କରିଥାଏ ।