ଲବଙ୍ଗକୁ ଅଧିକାଂଶ ଭାବେ ମସଲା ରୂପେ ବ୍ୟବହାର କରାଯାଇଥାଏ । ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଗୋଟିଏ ଲେଖାଏଁ ଲବଙ୍ଗ ଖାଇବାଦ୍ୱାରା ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟା ଦୂର ହୋଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ, ଆଇରନ, ସୋଡିୟମ, ପୋଟାସିୟମ ଏବଂ ଭିଟାମିନ-ସି ବହୁମାତ୍ରାରେ ଭରିରହିଥାଏ । ଏଠାରେ ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ହେଉଥିବା ୮ଟି ଫାଇଦା ସମ୍ପର୍କରେ ଆର୍ୟୁବେଦ ବିଶେଷଜ୍ଞ ଡା. ମଧୁସୂଦନ ଦେଶପାଣ୍ଡେ ମତ ଦେଇଛନ୍ତି ।

ଓରାଲ ହେଲଥ :
ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଗୁଣ ରହିଥାଏ । ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ମୁହଁରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ । ଏହାଦ୍ୱାରା ଦାନ୍ତ ମାଢିରେ ହେଉଥିବା ସମସ୍ୟା ଏବଂ ଦାନ୍ତ ବ୍ୟଥା ଭଳି ସମସ୍ୟାରୁ ଉପଶମ ମିଳିଥାଏ ।

ସାଇନସ:
ଲବଙ୍ଗରେ ଇଜେନାଲ ନାମକ ତତ୍ତ୍ୱ ମିଳିଥାଏ । ଏହି ତତ୍ତ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । ଏହା ସାଇନସ ସମସ୍ୟାକୁ ନିୟନ୍ତ୍ରଣ ରଖେ ।

ପାଚନକ୍ରିୟା:
ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଖାଇବାପୂର୍ବରୁ ଗୋଟିଏ ଲବଙ୍ଗ ଖା’ନ୍ତୁ । ଏହାଦ୍ୱାରା ପାଚନକ୍ରିୟା ସକ୍ରିୟ ହୋଇଥାଏ ।

ପେଟ ବ୍ୟଥା:
ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଭାଗ ରହିିଥାଏ । ଏହାଦ୍ୱାରା ପେଟଜନିତ ରୋଗ ସଂକ୍ରମଣ ଦୂର ହୋଇଥାଏ ଏବଂ ପେଟ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ ।

ସୁସ୍ଥ ତ୍ୱଚା: ଏହା ତ୍ୱଚା ପାଇଂ ଖୁବ୍ ଲାଭଦାୟୀ ଅଟେ । ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ଶରୀରରେ ମହଜୁଦ ଥିବା ଟକ୍ସିନ ନିର୍ଗତ ହୁଏ । ଏହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ଏବଂ ଏହାସହିତ ତ୍ୱଚା ମଧ୍ୟ ସୁସ୍ଥ ରହୋ

ମାଂସପେଶୀ ବ୍ୟଥା: ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ । ଏହାଦ୍ୱାରା ମାଂସପେଶୀରେ ହେଉଥିବା ବ୍ୟଥା ଦୂର ହୋଇଥାଏ ।

ରୋଗରୁ ମୁକ୍ତି: ଲବଙ୍ଗରେ ଭିଟାମିନ-ଇ, ଭିଟାମିନ-କେ ଏବଂ ମ୍ୟାଗ୍ନେସିୟମ ପର୍ଯ୍ୟାପ୍ତ ପରିମାଣରେ ଭରି ରହିଥାଏ । ଏହାକୁ ସବୁବେଳେ ଖାଇବାଦ୍ୱାରା ରୋଗ ପ୍ରତିରୋଧ କ୍ଷମତା ବଢିଥାଏ । ଏହାଦ୍ୱାରା ଥଣ୍ଡା-ଜ୍ୱର ଭଳି ରୋଗରୁ ଲଢିବାପାଇଁ ଶକ୍ତି ମିଳିଥାଏ ।

ଏସିଡିଟି: ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ପାଚନକ୍ରିୟା ଉତ୍ତମରୂପେ ହୋଇଥାଏ । ଏଥିରୁ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।