ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ଚା’ ! ଜାଣନ୍ତୁ ଅନ୍ୟ ଚା’ ଠାରୁ କାହିଁକି ଉପକାରୀ

151

ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ତେବେ ଚା’ମଧ୍ୟ ରହିଛି ବିଭିନ୍ନ ପ୍ରକାର । କେହି ଅଦା ଚା’ ପିଇବାକୁ ପସନ୍ଦ କରିଥାନ୍ତି ତ କେହି ଗ୍ରିନ୍ ଟି । ଆଉ କେହି ବ୍ଲାକ୍ ଟି ପସନ୍ଦ ଥାଆନ୍ତି ତ ଅନେକଙ୍କୁ ଲେମ୍ୱୁର ଚା’ ପିଇବାକୁ ପସନ୍ଦ । ତେବେ କଣ ଆପଣ ଜାଣନ୍ତି ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ଚା’ ଖୁବ୍ ଲାଭଦାୟକ ।

ନଜର ପକାନ୍ତୁ ଲବଙ୍ଗ ଚାହାର ଉପକାରିତା :-

– ଲବଙ୍ଗରେ ମ୍ୟାଗ୍ନେସିୟମ ଥାଏ । ଏହା ବ୍ୟାକ୍ଟେରିଆଲ ଇନଫେକ୍ସନରେ ବେଶ ଲାଭପ୍ରଦ ରହିଥାଏ। ଏହାଦ୍ୱାରା ଇମ୍ୟୁନିଟି କ୍ଷମତା ବଢ଼ିଥାଏ।

– ଯଦି ଆପଣଙ୍କୁ ଥଣ୍ଡା ହୋଇଛି ଏବଂ ଛାତିରେ କଫ ଜମା ରହିବା ପରି ଲାଗୁଛି ତେବେ ଲବଙ୍ଗ ଚା’ ପିଇପାରିବେ। ଏହାଦ୍ୱାରା କଫ ସଫା ହେବା ସହ ଥଣ୍ଡା ଦୂର ହୋଇଥାଏ ।

– ପେଟ ଜନିତ ସମସ୍ୟା ରହୁଥିବା ବ୍ୟକ୍ତିଙ୍କ ପାଇଁ ଲବଙ୍ଗ ଚା’ ବେଶି ଲାଭଦାୟକ । ଯଦି ଆପଣଙ୍କୁ ଗ୍ୟାସ ଏବଂ ପେଟଯନ୍ତ୍ରଣା ରହୁଛି ତେବେ ଲବଙ୍ଗ ଚା ପିଇବା ଆରମ୍ଭ କରନ୍ତୁ ।

– ତ୍ୱଚା ପାଇଁ ମଧ୍ୟ ଳବଙ୍ଗ ବେଶ ଫାଇଦାଯୁକ୍ତ । ନିୟମିତ ଭାବେ ଲବଙ୍ଗ ଚା’ ପିଇବା ଦ୍ୱାରା ତ୍ୱଚାରେ ହେଉଥିବା ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ ।

– ଯଦି ସମ୍ୱନ୍ଧିତ କିଛି ରୋଗ ରହିଛି ତେବେ ଲବଙ୍ଗଯୁକ୍ତ ଚା’ ଅତ୍ୟନ୍ତ ଲାଭଦାୟକ । ଏହାର ନିୟମିତ ସେବନ ମାଢ଼ି ଏବଂ ଦାନ୍ତ ସହିତ ଜଡ଼ିତ ସମସ୍ତ ରୋଗରୁ ମୁକ୍ତି ଦେଇଥାଏ । ଏହାଦ୍ୱାରା ମୁହଁରେ ଥିବା ବ୍ୟାକ୍ଟେରିଆ ମଧ୍ୟ ସଫା ହୋଇଯାଏ ।