ହୃଦରୋଗ ଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ ରୋଗକୁ ସମୁଳେ ନାଶ କରେ କଳାଧାନ ! କିଲୋପ୍ରତି ରହିଛି କେତେ ଦର ଜାଣନ୍ତୁ । 

2,339

କଳାଧାନର ପୋଷଣ ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ କହିଲେ କିଛି ଭୁଲ୍ ହେବନାହିଁ । ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର କଳା ଧାନ ପ୍ରଥମେ ଚୀନ୍ ରୁ ଉତ୍ପାଦନ ହେଉଥିଲା । ଏହାର ଦାମ୍ ଏତେ ମହଙ୍ଗା ଥିଲା ଯେ କେବଳ ରାଜା ମହାରାଜା ହିଁ ଏହାକୁ ସେବନ କରିବାର ମଉକା ପାଉଥିଲେ । ବର୍ତ୍ତମାନ ଏହି ଚାଉଳକୁ ସାଧାରଣ ଲୋକେ ବି ଖାଇପାରୁଛନ୍ତି କିନ୍ତୁ ଏହାର ଚାଷ ଖୁବ୍ କମ୍ ହୋଇଥାଏ । ଏବଂ ଖୁବ୍ କମ୍ ଲୋକ ମଧ୍ୟ କଳା ଧାନର ଅସ୍ତିତ୍ୱକୁ ଜାଣିଛନ୍ତି । ଧଳା ଚାଉଳ ଅପେକ୍ଷା କଳା ଚାଉଳ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ । ଓଡିଶାର ସମ୍ବଲପୁର ଯୁଯୁମୁରା ଅଂଚଳ ବିରସିଂହପଡାରେ ଏହି ଧାନକୁ ଚାଷ କରାଯାଉଛି । ଯାହାର ଅନ୍ୟନାମ କଳାବତୀ ଧାନ । ଏହି କଳାଧାନ ଚାଉଳ କିଲୋ ପ୍ରତି ୨ଶହରୁ ୩ ଶହ ଟଙ୍କାରେ ବ୍ରିକ୍ରି ହେଉଥିବା ବେଳେ ଏହାର ବିହନର କେଜି ପ୍ରତି ୫୦୦ ଟଙ୍କା ଧାର‌୍ୟ୍ୟ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଧାନ ଦେହ ପ୍ରତି କେତେ ଲାଭଦାୟକ ।

କାହିଁକି ସ୍ୱତନ୍ତ୍ର କଳାବତୀ ଧାନ?

୧. କଳାବତୀ ଚାଉଳରୁ ପ୍ରସ୍ତୁତ ଭାତ ରକ୍ତ ପରିଷ୍କାର କରିବା ସହିତ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ

୨. ଯଥେଷ୍ଟ ପରିମାଣର ଭିଟାମିନ୍ ‘ଇ’ ଥିବାରୁ ଏହା ତ୍ୱଚା ଓ ଚକ୍ଷୁ ସମ୍ପର୍କିତ ସମସ୍ୟା ଦୁର କରିବାରେ ସହାୟକ ହୋଇଥାଏ

୩. ଶରୀରରୁ ବିଷାକ୍ତ ଉପାଦାନକୁ ନଷ୍ଟ କରିବା ସହ ଲିଭର୍, କିଡନୀକୁ ସୁସ୍ଥ ରଖିଥାଏ କଳାଚାଉଳରୁ ପ୍ରସ୍ତୁତ ଭାତ

୪. ମେଦବହୁଳତା କମାଇବା, ଓଜନ ସନ୍ତୁଳନ ବଜାୟ ରଖିବା ଓ ହଜମ ଜନିତ ସମସ୍ୟା ଦୁର କରିବାରେ ଏହା ବେଶ ସହାୟକ ହୁଏ

୫ . ହ୍ୃଦରୋଗୀ ଏବଂ ମଧୁମେହ ରୋଗୀଙ୍କ ପାଇଁ କଳାଧାନର ଭାତ କୌଣସି ବରଦାନଠାରୁ କମ୍ ନୁହଁ ।