ଶୀତ ଦିନରେ ଅଳ୍ପ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ମିଳେ ଅନେକ ଉପକାର . . . .

59

ଶୀତ ଦିନରେ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଗାଧୋଇବା ପାଇଁ ଡରନ୍ତି । ଆଉ ଏପରିସ୍ଥଳେ ପାଣିକୁ ଅଳ୍ପ ଉଷୁମ କରି ସେମାନେ ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଳ୍ପ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଅନେକ ଲାଭ ମିଳେ । ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ –

 

 

 

 

 

 

 

 

 

 

 

 

–  ତ୍ୱଚା ବିଶେଷଜ୍ଞଙ୍କ ଅନୁସାରେ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଶରୀରର କୋମଳତା ବଜାୟ ରହେ । କିନ୍ତୁ ଧ୍ୟାନ ରଖନ୍ତୁ ପାଣି ଯେପରି ଅଧିକ ଗରମ ନରୁହେ । ଅଧିକ ଗରମ ପାଣିରେ ଗାଧୋଇବା ଦ୍ୱାରା ଚ୍ୱଚାର କୋମଳତା ନଷ୍ଟ ହୁଏ ।

– ଦେହରୁ ଝାଳ ବାହାରିବା ଏକ ସାଧାରଣ ସମସ୍ୟା ଅଟେ । ମାତ୍ର ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର କି ଶୀତ ଦିନରେ ମଧ୍ୟ ଝାଳରେ ଏକପ୍ରକାର ବୁଡି ଯାଇଥାନ୍ତି । ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଗାଧୋଇବା ସମୟରେ ଉଷୁମ ପାଣିର ବ୍ୟବହାର କରିପାରିବେ । କାରଣ ଏହା ଶରୀରର ଜଳୀୟଅଂଶ କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

– ଅଳ୍ପ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରୁହେ । ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଆପଣ ଶାନ୍ତ ଓ ଆରାମ ଅନୁଭବ କରିବେ । ଦିନସାରା ଅଫିସରେ କାମ ଶେଷ କରି ଘରକୁ ଫେରିବା ପରେ ଅଳ୍ପ ଉଷୁମ ପାଣିରେ ଗାଧୋଇବା ଉଚିତ୍ ।

– ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ଥିବା ହାଡ ଓ ମାଂସପେଶୀକୁ ଶକ୍ତି ମିଳିବା ସହ ଶକ୍ତ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ହାଡ କିମ୍ବା ଗଣ୍ଠିରେ କୌଣସି ପ୍ରକାରର ଯନ୍ତ୍ରଣା ହେଉଥାଏ ତେବେ ଏହାକୁ ନିୟମିତ ଭାବରେ ବ୍ୟବହାର କରିବାଦ୍ୱାରା ଏହା ସଂପୂର୍ଣ୍ଣ ଭାବରେ ଦୂର ହୋଇଥାଏ ।

– ସାଧାରଣତଃ, ଆମ ଶରୀରରେ ଅନେକ ପ୍ରକାରର ରୋଗ ଜୀବାଣୁ ବାସ କରିଥାନ୍ତି । ତେଣୁ ଏଥିପାଇଁ ହାଲକା ଗରମ ପାଣିରେ ଗାଧୋଇବା ଦ୍ୱାରା ବିଭିନ୍ନ ରୋଗ ଜୀବାଣୁଙ୍କଠାରୁ ଶରୀରକୁ ରକ୍ଷା କରାଯାଇପାରିବ ।